ମେଷ : ଆପଣଙ୍କ ଭାଗ୍ୟ ଉଜ୍ଜଳ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ବୁଦ୍ଧିମାନଙ୍କ ସହିତ ସମ୍ପର୍କ ମଜଭୁତ୍ ରହିବ। ଆପଣଙ୍କ ମନ ଯାହା ଭାବିଥିବା ତାହା ପୂରଣ ହେବ। ମହିଳାମାନେ ଗୃହ କାର୍ଯ୍ୟରେ ସଫଳତା ପଇବେ।
ବୃଷ : ଆପଣ କ’ଣ ପାଇଛନ୍ତି ଆଉ କ’ଣ ହରାଇଛନ୍ତି ସେହି ଚିନ୍ତାରେ ଅଧିକ ସମୟ କାଟିବେ। ନିଜର ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ୍ ଗୋଟିଏ କଥାରେ ବଡ଼ ସମସ୍ୟା ଉପୁଜିବ। ରାଜିନୀତି କ୍ଷେତ୍ରରେ ଆଧିପତ୍ୟ ବଢ଼ିବ। ମହିଳାମାନେ ଦୂରଯାତ୍ରା କରିପାରନ୍ତି।
ମିଥୁନ : ଆଜି ଭାଗ୍ୟରେ ସହଯୋଗ ପାଇବେ। ଦୀର୍ଘଦିନର ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ବନ୍ଧୁଙ୍କ ସହିତ ଯାତ୍ରାରେ ଯିବା ପାଇଁ ଯୋଜନା କରିବେ। ପାରିବାରିକ ଜୀବନରେ ସୁଖୀ ରହିବେ। ଛାତ୍ରଛାତ୍ରୀମାନେ ଭଲ ପଢ଼ାପଢ଼ି କରିପାରନ୍ତି।
କର୍କଟ : ଆଜି ସତ୍ସଙ୍ଗରେ ସମୟ କାଟିବେ। ସନ୍ତାନଙ୍କ ଠାରୁ ଭଲ ଖବର ପାଇବେ। ବିବାଦ ଆପଣଙ୍କ ପକ୍ଷରେ ହେବ। ବ୍ୟବସାୟରେ ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ। ମହିଳାମାନେ ଅନ୍ୟ ଦ୍ୱାରା କାର୍ଯ୍ୟ ହାସଲ କରିବେ।
ସିଂହ : ପ୍ରଭୁଙ୍କ ଆରଧନାରେ ମନକୁ ଶାନ୍ତ ମିଳିବ। ଧର୍ମ ସମ୍ବନ୍ଧରେ ଲୋକଙ୍କୁ ବୁଝାସୁଝା କରିବେ। ସାଧୁସନ୍ଥଙ୍କ ସହିତ ସମ୍ପର୍କ ବଢ଼ିବ। ଚାକିରୀରେ ସନ୍ତୁଷ୍ଟ ରହିବେ। କର୍ତୃପକ୍ଷ ଆପଣଙ୍କୁ ନୂଆ କାର୍ଯ୍ୟ ଦେଇପାରନ୍ତି। ମହିଳାମାନେ ରାଜନୀତିୟ ରାଗ ନେଇପାରନ୍ତି।
କନ୍ୟା : ଆପଣଙ୍କ ଆଖପାଖରେ ମଧୁର ବାତାବରଣ ରହିବ। ପଡ଼ୋଶୀଙ୍କ ଠାରୁ ଭଲ ଖବର ପାଇବେ। କୌଣସି ବିବାଦକୁ ପଶନ୍ତୁ ନାହିଁ। ନେତା ଆପଣଙ୍କୁ ନୂଆ କାର୍ଯ୍ୟ ଅର୍ପଣ କରିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବହୁତ୍ ଆରାମ୍ରେ ରହିବେ।
ତୁଳା : ଉଦାର ସ୍ୱଭାବର ହୋଇପାରନ୍ତି। ଦାନ ଧର୍ମକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବେ। ସୁଖୀ ହେବେ। ନିଜର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ରହିବେ। କୃଷି ଉପରେ ଦୃଷ୍ଟି ଦେବେ। ବୁଦ୍ଧିମାନ୍ ହେବେ।
ବିଛା : ଭ୍ରମଣ ଯୋଗ ଅଛି। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ମନ ପ୍ରସନ୍ନ ରହିବ। ଆର୍ଥିକ ସ୍ୱଭାବର ହୋଇପାରନ୍ତି। ମିଷ୍ଟଭାଷୀ ହେବେ। ଥଣ୍ଡା, କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି।
ଧନୁ : କାର୍ଯ୍ୟ ହାସଲ କରିବାକୁ ହେଲେ ତରବର ନ ହୋଇ ଅପେକ୍ଷା କରିବାକୁ ହେବ। ପରମ ଭାଗ୍ୟଶାଳୀ ହେବେ। ସ୍ୱଭାବ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ପରଦେଶବାସୀ , ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ସ୍ୱଭାବର ହେବେ।
ମକର : ନିଜେ ନିଜକୁ ସାନ୍ତ୍ୱନା ଦେବେ। ଚନ୍ଦ୍ର ଭୋଗ ରହିଥିବାରୁ ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ମିଳିବ। ନୂଆ ବନ୍ଧୁ ଜୁଟିବେ।
କୁମ୍ଭ : ଚଂଚଳ ସ୍ୱଭାବର ହୋଇପାରନ୍ତି। ସରଳ ଭାଷା ପ୍ରୟୋଗ କରି ଅଧିସ୍ତନ ବ୍ୟକ୍ତିଙ୍କ ଠାରୁ କାର୍ଯ୍ୟ ହାସଲ କରିବେ। ନୀତି ନଷ୍ଟ ହେବ। ଧାର୍ମିକ ପ୍ରଭୃତିର ହେବେ।
ମୀନ : ଆୟ ଆଶାନୁରୂପ ହେବ। ଯଶ୍ୱସୀ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଚଂଚଳ ପ୍ରକୃତିର ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନୀତ ହେବେ।