30.1 C
Bhubaneswar
Saturday, October 5, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ। ଘଟଣାର ପରିବର୍ତନ ହୋଇପାରେ। ବାଣିଜ୍ୟ ବ୍ୟବସାୟ ତଥା ପରିବର୍ତନ କ୍ଷେତ୍ରରେ ଅଶାନୁରୂପ ଫଳ ପାଇବେ।

ବୃଷ : ବନ୍ଧୁ ସ୍ୱାର୍ଥବାଦୀ ହୋଇପାରନ୍ତି। ଲକ୍ଷ୍ୟ ବିଚ୍ୟୁତ ହୋଇପାରନ୍ତି। ଦିନ ସାରା କଠିନ ପରିଶ୍ରମ ଦ୍ୱାରା ସାମାନ୍ୟ ଶାରୀରିକ ଆଶ୍ୱସ୍ତି ଅନୁଭବ କରିବେ। ଚଳଚ୍ଚିତ୍ର ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ।

ମିଥୁନ : ଭୂଲ ବୁଝାମଣାର ଶୀକାର ହେବାକୁ ପଡ଼ିପାରେ। ଛୋଟ ଛୋଟ ଘଟଣାକୁ କେନ୍ଦ୍ର କରି ପ୍ରକୃତ ଘଟଣା ନବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।

କର୍କଟ : ସନ୍ଦେହ ଓ ଭୂୂଲ୍ ବୁଝାମଣା କାରଣରୁ ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବ। ଅସୁସ୍ଥତା କାରଣରୁ ଶରୀରରେ ଦୁର୍ବଳତା ଅନୁଭବ କରିବେ। ହଠାତ୍ ଜଣେ ବନ୍ଧୁଙ୍କ ଠାରୁ ଆଶା ଅନୁଯାୟୀ ଅର୍ଥ ପାଇପାରିବେ।

ସିଂହ : ଆଜି ଅନ୍ୟମାନଙ୍କ କଥାରେ ଉତଫୁଲ୍ଲିତ ହୋଇ ନିଜ ପାଇଁ ସମସ୍ୟାକୁ ଡ଼ାକି ଆଣିବେ। ପାରିବାରିକ କ୍ଷେତ୍ରରେ ସ୍ନେହ ଶ୍ରଦ୍ଧା ଓ ଆଶାନୁରୂପ ଅବଶ୍ୟ ପାଇପାରିବେ। ଅଟକି ରହିଥିବା ହଠାତ୍ କୌଣସି ଖବର ପାଇ ଖୁସି ହେବେ।

କନ୍ୟା : କେତେକ କ୍ଷେତ୍ରରେ ଆପଣଙ୍କର ଭୂଲ୍ ନିଷ୍ପତି ହିଁ ସମସ୍ୟାକୁ ବଢ଼ାଇ ଦେଇପାରେ। ନିଜର ପ୍ରିୟ ବ୍ୟକ୍ତିଙ୍କ ପରାମର୍ଶକୁ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ।

ତୁଳା : ଆଜି ବ୍ୟବସାୟ କ୍ଷେତ୍ରରେ କିଛିଟା ଅଶାନ୍ତି ପରିସ୍ଥିତି ସୃଷ୍ଟି ହେବ। ଆର୍ଥିକ ଦିଗରୁ ଲାଭବାନ୍ ହେବେ। ଅଫିସରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ।

ବିଛା : ଅପ୍ରିୟ ସତ କହି ପ୍ରତ୍ୟେକ କ୍ଷେତ୍ରରେ ଭୂଲ୍ ବୁଝାମଣାର ଶୀକାର ହେବେ। କାମ ଗୁଡ଼ିକ ଶୃଙ୍ଖଳିତ ଭିତରେ ହେବ ନାହିଁ। ଭୂଲ ଖବର ପାଇ ବିବ୍ରତ ହୋଇପାରନ୍ତି। ଆଶା କରୁଥିବା ଦ୍ରବ୍ୟ ଅପରାହ୍ଣରେ ପାଇପାରିବେ।

ଧନୁ : ଦୀର୍ଘଦିନରୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ଣରେ ପାଇପାରିବେ। ନୂତନ ଭାବନା ଆରମ୍ଭ କରିପାରନ୍ତି। ପାରିବାରିକ ସମସ୍ୟା ସମ୍ପର୍କରେ ସମାଧାନ ହୋଇଯିବ। ବନ୍ଧୁମାନଙ୍କ ପାଖରୁ ସାହାଯ୍ୟ ମିଳିପାରେ।

ମକର : ଭୂଲ୍ ବୁଝାମଣା ହେତୁ ପରିବାରରେ ସମସ୍ୟା ବଢ଼ିପାରେ। ସତସଙ୍ଗ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ମନ ବଳିବ। ସ୍ତ୍ରୀଙ୍କ ପରାମର୍ଶ ନେଇ ସମସ୍ୟା ସମାଧାନ ହୋଇଯିବ।

କୁମ୍ଭ : ନୂତନ କାର୍ଯ୍ୟାରମ୍ଭ କରିବା ସକାଶେ ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। କୌଣସି ଶୁଭ ଖବର ପାଇ ଖୁସି ହେବେ। ପରିବାରରେ ଅଶାନ୍ତି ଦେଖାଦେବ।

ମୀନ : ଆଜି ନିଜ ଲୋକ ହଇରାଣ କରିପାରନ୍ତି। ବ୍ୟବସାୟରେ ଲାଭବାନ୍ ହେବେ। ପରିବାରରେ ଅଶାନ୍ତି ଲାଗି ରହିବ। ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ମନଦେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking