27.1 C
Bhubaneswar
Saturday, July 6, 2024
Homeଓଡିଶାଅନୁଚିନ୍ତା

ଅନୁଚିନ୍ତା

ଏମିତି ପ୍ରାଣୀ କେହି ନାହିଁ ଯାହାର କିଛି ଇଚ୍ଛା ନାହିଁ । ସମସ୍ତେ କିଛିନା କିଛି ପାଇବାକୁ ଲାଳାୟିତ !!”

କଥାବାର୍ତାରୁ ଭଦ୍ରତା, ନମ୍ରତାର ପ୍ରମାଣ ମିଳିଥାଏ !!”

କାମନା, ବାସନା, ସଂସାରର ସବୁଠାରୁ ଅଧିକ ଦୁଃସାଧ୍ୟ ରୋଗ । ଏଥିରେ ସଂକ୍ରମିତ ହେଲେ ମଣିଷର ଆଉ ନିସ୍ତାର ନଥାଏ । ସେ ନିଜ ଭିତରେ ନିଜେ ଜଳି ଜଳି ନିଃଶେଷ ହୋଇଯାଏ !!”

“କୋଇଲିର ରଙ୍ଗ କଳା ହୋଇଥିଲେ କ’ଣ ହେଲା ସେ ତାର ମନୋମୁଗ୍ଧକର ସଙ୍ଗୀତର ଯାଦୁରେ ସମସ୍ତଙ୍କୁ ବଶୀଭୂତ କରିପାରେ । ରୂପ ପାଇଁ ନୁହେଁ ଗୁଣ ପାଇଁ ଆଦୃତ ହୁଏ !!”

କ୍ରୋଧ ସବୁଠାରୁ ଶକ୍ତିଶାଳୀ ଅଗ୍ନିଶିଖା । ଏହା ମାନ, ମର୍ଯ୍ୟାଦା, ଚରିତ୍ର, ବଂଶ ପରମ୍ପରାକୁ ଧ୍ୱଂସ କରିଦିଏ !!”

ଜଣେ ଜ୍ଞାନୀ, ବିଦ୍ବାନ ଯେତେ କୁତ୍ସିତ, କଦାକାର ହୋଇଥାନ୍ତୁ ପଛକେ ତାଙ୍କୁ ଭଲ ପାଇବା ଉଚିତ୍ । ତାଙ୍କୁ ଆଦର ସତ୍କାର ଦେବା ଆବଶ୍ୟକ !!”

ଜବାବ୍ ଦେଉଥିବା ଚାକରକୁ ପାଖ ପୁରେଇବ ନାହିଁ !!”

ଅନ୍ୟକୁ ହରେଇବା କିମ୍ବା ସବୁବେଳେ ନୀଚ ଦେଖାଇବାକୁ ଚେଷ୍ଟା ନ କରି, ଅନ୍ୟର ହୃଦୟ ଉପରେ ବିଜୟ ପାଇବାକୁ ଚେଷ୍ଟିତ ହେବା ହେଉଛି ଜଣେ ବୁଦ୍ଧିମାନ ବ୍ୟକ୍ତିର ଲକ୍ଷଣ….
ଓଁ ଶ୍ରୀ ଜଗନ୍ନାଥ ଶରଣ

ଅଦ୍ୟ ଜୁଲାଇ ମାସ ୦୪ ତାରିଖ ୨୦୨୪ ମସିହା(ଗୁରୁବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଆଷାଢ଼ ମାସ- କୃଷ୍ଣପକ୍ଷ
ତିଥି- ତ୍ରୟୋଦଶୀ ପ୍ରାତଃ ଘ ୦୬/୦୬ ଗତେ ଚତୁର୍ଦ୍ଦଶୀ
ନକ୍ଷତ୍ର- ମୃଗଶିରା ରାତ୍ରି ଘ ୦୪/୩୯ ଗତେ ଆର୍ଦ୍ରା
ଚନ୍ଦ୍ର-ବୃଷ ଦିବା ଘ ୦୪/୪୮ ଗତେ ମିଥୁନ
ଯୋଗ- ଗଣ୍ଡ
କରଣ – ବାଣିଜ୍ୟ
ସୌରମାସ- ମିଥୁନ ୨୦ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୪୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୯
*✧═════•❁❀
ଯୋଗିନୀ ଦକ୍ଷିଣେ ପ୍ରାତଃ ଘ ୦୬/୦୬ ଗତେ ପଶ୍ଚିମେ
ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କନ୍ୟା ରାଶିର ଘାତଚନ୍ଦ୍ର
ତୁଳା ଓ କୁମ୍ଭ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୩/୦୭ ଗତେ ଘ୦୬/୨୬ ମଧ୍ୟେ
ଅଦ୍ୟ ପୁଷ୍କର ଦୋଷନାସ୍ତି
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୨/୧୩ ଗତେ ଘ୦୩/୦୬ ମଧ୍ୟେ ଓ ରାତ୍ରି ଘ୦୭/୧୩ ଗତେ ଘ୦୯/୧୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୦୬ ମଧ୍ୟେ ଓ ଘ୦୯/୧୭ ଗତେ ଘ୧୦/୫୩ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ବିରି ଭକ୍ଷଣ ନିଷେଧ

✧═════•❁❀❁•═════✧
ଆଜିର ରାଶିଫଳ
✧═════•❁❀❁•═════✧
ମେଷ
ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।*
✧═════•❁❀❁•═════✧
ବୃଷ
: ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।*
✧═════•❁❀❁•═════✧
ମିଥୁନ
: ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।*
✧═════•❁❀❁•═════✧
କର୍କଟ
: ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।*
✧═════•❁❀❁•═════✧
ସିଂହ
: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।*
✧═════•❁❀❁•═════✧
କନ୍ୟା:
ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।*

✧═════•❁❀❁•═════✧
ତୁଳା
ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।*
✧═════•❁❀❁•═════✧
ବିଛା
ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।*
✧═════•❁❀❁•═════✧
ଧନୁ
ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।*
✧═════•❁❀❁•═════✧
ମକର
ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।*
✧═════•❁❀❁•═════✧
କୁମ୍ଭ
ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।*
✧═════•❁❀❁•═════✧
ମୀନ
: ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking