23.1 C
Bhubaneswar
Tuesday, February 3, 2026
Homeଓଡିଶାଆଜି ବିଶ୍ୱ ଦେଖିବ ଭାରତୀୟ ନୌବାହିନୀର ପରାକ୍ରମ

ଆଜି ବିଶ୍ୱ ଦେଖିବ ଭାରତୀୟ ନୌବାହିନୀର ପରାକ୍ରମ

ଭୁବନେଶ୍ୱର : ଆଜି ଡିସେମ୍ବର ୪ ନୌସେନା ଦିବସ । ପୁରୀ ସମୁଦ୍ରରେ କୌଶଳ ଦେଖାଇବେ ନୌବୀର ।  ନୌବୀରମାନଙକ୍ର ପରାକ୍ରମ ଦେଖିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଏଥିପାଇଁ ପୁରୀ ବ୍ଲୁ ଫ୍ଲାଗ  ବିଚରେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ନୌବୀରମାନେ ଆଜି ଜଳ, ସ୍ଥଳ, ଆକାଶ ପଥରେ ଷ୍ଟଣ୍ଟ ଦେଖାଇବେ । ଏହି କାଯ୍ୟକ୍ରମରେ ୧୫ଟି ଯୁଦ୍ଧ , ଜାହାଜ ଓ ୪୦ ଏୟାରକ୍ରାଫ୍ଟ  ସାମିଲ ହୋଇ ଯୁଦ୍ଧ କୌଶଳ ଦେଖାଇବେ । ଆଇଏନଏସ ଜଲସା, ମିଶାଇଲ ଡେଷ୍ଟ୍ରୋୟର ଆଇଏନଏସ ଦିଲ୍ଲୀ , ଆଇଏନଏସ ଶକ୍ତି,  ଆଇଏନଏସ ସର‌୍ୟୁ , ଆଇଏନଏସ ଅରିହନ୍ତ , ଆଇଏନଏସ ସାତପୁରା ପ୍ରମୁଖ ନେଭି ଡେ  ଉତ୍ସବରେ ସାମିଲ ହୋଇ ପରାକ୍ରମ ଦେଖାଇବେ ।  ସେହିପରି ହକ୍, ସି-କିଙ୍ଗ, ମିଗ୍-୨୯ ଭଳି ଫାଇଟର ଜେଟ୍ ଓ ଚେତକ । ଆଜି ଅପରାହ୍ଣ ୪ଟା ୦୭ରୁ ୫ଟା ୨୪ ପର୍ଯ୍ୟନ୍ତ ଚାଲିବ ନୌସେନାର ଆଖିଝଲସା ସମରକୌଶଳ ପ୍ରଦର୍ଶନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ମୁଖ୍ୟ ଅତିଥି ହେବେ। ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ କାର୍ଯ୍ୟକ୍ରମ ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ଖୁବ୍ ଅଧିକ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking