17.1 C
Bhubaneswar
Friday, February 6, 2026
Homeଓଡିଶାଆଜି ଘୋଡ଼ଲାଗି ହେବେ ମହାପ୍ରଭୁ

ଆଜି ଘୋଡ଼ଲାଗି ହେବେ ମହାପ୍ରଭୁ

ପୁରୀ: ମାର୍ଗଶିର ଶୁକ୍ଳପକ୍ଷ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ ଅବସରରେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘୋଡ଼ଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ଘୋଡ଼ଲାଗି ବସନ୍ତପଞ୍ଚମୀ ବା ସରସ୍ବତୀ ପୂଜା ପର୍ଯ୍ୟନ୍ତ ଚାଲିବ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ଘୋଡ଼ଲାଗି ନୀତି ଅନ୍ୟତମ। ବୁଧବାର ଷଷ୍ଠୀ ଅବସରରେ ମହାପ୍ରଭୁଙ୍କ ସକାଳ ଧୂପବଢିବା ପରେ ମଇଲମ କରାଯାଇ ପୂର୍ବ ରାତିରୁ ଭୋଗମଣ୍ଡପ ପରେ ଅଧିବାସିତ ହୋଇଥିବା ଘୋଡମାନଙ୍କୁ ଘଣ୍ଟ ଛତା, କାହାଳୀ ସହ ପଟୁଆରରେ ଶ୍ରୀମନ୍ଦିରର ତିନି ଘେରା ପ୍ରଦକ୍ଷିତ କରାଯାଇ ରନତ୍ସିଂହାସନକୁ ବିଜେ କରାଯିବ। ସିଂହାସନରେ ଠାକୁରଙ୍କ ପାଗ ଓ ଘୋଡ ଲାଗି କରାଯାଇ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯିବ। ବିଶ୍ୱାସ ରହିଛି, ପଞ୍ଚମୀ ତିଥିରେ ମହାପ୍ରଭୁ ଶୀତ ସହିତ ଯୁଦ୍ଧ କରି ହାରିଯାଇଥାନ୍ତି। ତେଣୁ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଦୁଇଥର ବଡସିଂହାର ବେଶ ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁ ଷଷ୍ଠୀ ତିଥିରୁ ଘୋଡ ଲାଗି ହୋଇଥାନ୍ତି। ସପ୍ତାହର ୭ ଦିନରେ ବାର ଅନୁଯାୟୀ ଶ୍ରୀବିଗ୍ରହମାନେ ୭ ପ୍ରକାର ରଙ୍ଗର ଘୋଡ଼ ପରିଧାନ କରିଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking