26.1 C
Bhubaneswar
Saturday, December 20, 2025
Homeଓଡିଶାଆଜି ମୁଖ୍ୟମନ୍ତ୍ରୀ ଶୁଣିବେ ଲୋକଙ୍କ ଅଭିଯୋଗ

ଆଜି ମୁଖ୍ୟମନ୍ତ୍ରୀ ଶୁଣିବେ ଲୋକଙ୍କ ଅଭିଯୋଗ

ଭୁବନେଶ୍ବର : ଲୋକଙ୍କ ଅଭିଯୋଗ ଶୁଣିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଞ୍ଜୀକରଣ ପାଇଁ ଲୋକଙ୍କ ପ୍ରବଳ ଭିଡ଼। ପଞ୍ଜୀକରଣ କରି ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅଭିଯୋଗ ଶୁଣାଇବା ପାଇଁ ଏକାଠି ହୋଇଛନ୍ତି ଶତାଧିକ ଲୋକ। ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣିବେ ଏହାର ସମାଧାନ ପାଇଁ ପଦକ୍ଷେପ ନେବା ଆଶାରେ ଭୁବନେଶ୍ୱର ୟୁନିଟ- ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଭିଡ଼ ଜମିଛି। ପୁରୁଣା ସରକାର ସମୟରେ ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକଷ୍ଠ ବନ୍ଦ ହୋଇଥିଲା। ଫଳରେ ଲୋକଙ୍କ ଅଭିଯୋଗର ଶୁଣାଣି ହୋଇପାରୁନଥିଲା। ଏବେ ନୂଆ ସରକାର ଆସିବା ପରେ ପୁଣି ଥରେ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରୁଛନ୍ତି ମୁଖ୍ୟମନ୍ତ୍ରୀ। ଜନଶୁଣାଣି ପାଇଁ ଲୋକଙ୍କ ଭିଡ଼ ଜମିଛି। ପୂର୍ବାହ୍ନ ୧୧ରୁ ଆରମ୍ଭ ହେବ ଜନ ଶୁଣାଣି। ଏଥିପାଇଁ ଆଜି ସକାଳ ୮ଟାରୁ ଦିନ ୧୨ ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କାର୍ୟ୍ୟାଳୟରେ ପଞ୍ଜୀକରଣ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking