ମେଷ : ଆଜି ଆପଣ ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୂଲ ବୁଝିବେ। ଭାବୁ ଥିବା କାମଟି ପୂର୍ଣ୍ଣାଙ୍ଗ କରିବେ। ଜଣେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।
ବୃଷ : କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି। ସାମାଜିକ କ୍ଷେତ୍ରରେ ପଡ଼ୋଶୀମାନେ ଭୁରି ଭୁରି ପ୍ରଶଂସା କରିବେ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ।
ମିଥୁନ: ଅଫିସରେ ସୁସମ୍ପର୍କ ବ୍ୟାହତ ହୋଇପାରେ। କର୍ମକ୍ଷେତ୍ରରେ ଅଶାନ୍ତ ମନ ଆଜି ଘରୋଇ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ। ଦୀର୍ଘଦିନରୁ ସାଇତି ରଖିଥିବା ଅର୍ଥ ଅନ୍ୟ ବାଟରେ ଖର୍ଚ୍ଚ ହୋଇପାରେ।
କର୍କଟ : ଦୃଢ଼ ମନୋବଳ ଯୋଗୁଁ ବହୁ ବିପଦରୁ ରକ୍ଷା ପାଇଯିବେ। ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି। ନିଜର ଲୋକମାନେ ମିଥ୍ୟା ଅଭିଯୋଗ କରିପାରନ୍ତି। ମାଲିମୋକଦ୍ଦମାରେ ସ୍ଥିତି ଅନୁକୂଳ ରହିବ।
ସିଂହ : ଭୂଲ ବୁଝାମଣାରୁ ଆପଣଙ୍କ ଉପରକୁ ଦୋଷ ଆସିପାରେ। ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ସୁସମ୍ପର୍କ ବ୍ୟାହତ ହୋଇପାରେ। ଜମିଜମା ବିବାଦୀୟ ପରିସ୍ଥିତି ମୁକାବିଲା କରିବେ। ମହିଳାମାନଙ୍କର କଳା ସାହିତ୍ୟ ପ୍ରତି ଭଲ ହେବ।
କନ୍ୟା : ସକାଳୁ ସକାଳୁ ବନ୍ଧୁଙ୍କ ଅନୁରୋଧରେ କୌଣସି କାମ କରିବେ। ଭୂଲ ମାର୍ଗରେ ଅନୁସରଣ କରି ହଇରାଣ ହେବେ। ନିର୍ମାଣ ଓ ପରିବହନ କ୍ଷେତ୍ରରେ ଶୁଭଫଳ ପାଇବେ। ମହିଳାମାନେ ପରିସ୍ଥିତିରେ ପଡ଼ି ନିଜକୁ ସନ୍ତୁଳିତ କରିବେ।
ତୁଳା : ଆଜି ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନମାଳିନ୍ୟ ହେବ। ଯାତ୍ରା ସମୟରେ ଅସାବଧାନାତା ବଶତଃ ଦ୍ରବ୍ୟ ନଷ୍ଟ ହେବ। ବହୁଦିନର ସମସ୍ୟା ସମାଧାନ ହେବ।
ବିଛା : ପରିବାରେ ଖର୍ଚ୍ଚ ଭାର କ୍ରମଶଃ ବୃଦ୍ଧି ପାଇବ। ଅଫିସ କାମରେ ଆଲୋଚନା ହେବ। ନିଜର କେତେକ କୁକର୍ମ ସକାଶେ ଅନୁତାପ କରିବାକୁ ପଡ଼ିପାରେ।
ଧନୁ : ଆଜି କୌଣସି କାମ ଅଟକି ରହିବ ନାହିଁ। ନିଜର ଲୋକମାନେ ଶତ୍ରୁତା ହେବେ। ନିଜ କାମ ଛାଡ଼ି ପରକଥାରେ ମୁଣ୍ଡ ପୁରାଇବେ। ପରିବହନ କ୍ଷେତ୍ରରେ ସମସ୍ୟା ଦେଖାଦେବ।
ମକର : ଆଜି କର୍ମକ୍ଷେତ୍ରରେ ସମସ୍ୟା ସରଳ ରହିବ। ଆକସ୍ମିକ ଭାବରେ ଶୁଭ ଖବର ପାଇବେ। ବ୍ୟବସାୟରେ ଉନ୍ନତି ଘଟିବ। ଆତ୍ମୀୟଭାବେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି।
କୁମ୍ଭ: ମନରେ ଆନନ୍ଦ ପାଇବେ। ଅର୍ଥାଭାବରୁ ଶାନ୍ତି ମିଳିବ। ପଡ଼ୋଶୀମାନେ ଅସୁବିଧାରେ ପକାଇପାରନ୍ତି। ବନ୍ଧୁ ସହଯୋଗ ମିଳିପାରେ। କର୍ମକ୍ଷେତ୍ରରେ ଆନନ୍ଦ ପାଇବେ।
ମୀନ: ଆଜି ସତ୍ସଙ୍ଗରେ ଯୋଗଦେଇ ଖୁସି ହେବେ। ଆଲୋଚନାରୁ ଉପକାର ମିଳିବ। କାର୍ଯ୍ୟ କ୍ଷେତ୍ରରେ ଲାଭ ମିଳିବ। ଚାକିରିରେ ଭ୍ରମଣ ଯୋଗ ଅଛି।