ଭୁବନେଶ୍ୱର: ଆଜି ନନ୍ଦନକାନନ ପାଳୁଛି ୬୬ ତମ ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଡିସେମ୍ବର ୨୯ ତାରିଖରେ ନନ୍ଦନକାନନରେ ତାର ପ୍ରତିଷ୍ଠା ଦିବସ ପାଳନ କରି ଆସୁଛି । ଆଜି ପ୍ରତିଷ୍ଠା ଦିବସ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେଇ ବିଭିନ୍ନ ନୂତନ ଖୁଆଡର ଶୁଭ ଉଦଘାଟନ କରିବେ ବୋଲି ସୂଚନା ମିଳିଛି । କଲରାପତରିଆ ବାଘ ଖୁଆଡ, ତୃଣଭୋଜୀ କ୍ୱାରେଣ୍ଟାଇନ ଓ ସରୀସୃପ କ୍ୱାରେଣ୍ଟାଇନ ପ୍ରାଣୀ ଉଦ୍ୟାନରେ ଜନ୍ମ ଗ୍ରହଣ କରିଥିବା ବାଘ ଛୁଆ, ସିଂହ ଛୁଆ, ସିମ୍ପାଞ୍ଜି ଛୁଆଙ୍କ ନାମ କରଣ କରାଯିବ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ନନ୍ଦନକାନନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯିବ । ଏହି ନୂତନ ଖୁଆଡମାନ ଉଦଘାଟନ ପରେ ପର୍ଯ୍ୟଟକ ଅଧିକ ମଜା ଉଠାଇପାରିବେ ।










