30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଆଜି ବିଶ୍ୱ ଜନସଂଖ୍ୟା ଦିବସ

ଆଜି ବିଶ୍ୱ ଜନସଂଖ୍ୟା ଦିବସ

ନୂଆଦିଲ୍ଲୀ : ଆଜି ହେଉଛି ବିଶ୍ୱ ଜନସଂଖ୍ୟା ଦିବସ । ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରଯାଏ। ଦ୍ରୁତ ଜନସଂଖ୍ୟା ବୃଦ୍ଧିର କୁପରିଣାମ ବିଷୟରେ ବିଶ୍ବବାସୀଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ୧୧ ଜୁଲାଇ ୧୯୮୭ରେ ଜନସଂଖ୍ୟା ଯେତେବେଳେ ୫୦୦ କୋଟିରେ ପହଞ୍ଚିଲା, ଏହି ଦିବସକୁ ନେଇ ଉତ୍ସାହ ଦେଖାଦେଇଥିଲା। ସେବେଠାରୁ ଜୁଲାଇ ୧୧ ତାରିଖକୁ ଜନସଂଖ୍ୟା ଦିବସ ଭାବରେ ପାଳନ କରାଯାଏ। ଯାହାର ମୂଳ ଲକ୍ଷ ହେଉଛି ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ସଂପର୍କରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା । ଆଉ ଜନସଂଖ୍ୟା ବୃଦ୍ଧିର ପ୍ରତିକୂଳ ପ୍ରଭାବ ଉପରେ ଗୁରୁତ୍ୱ ଦିଆଯାଇ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି । ବିଶ୍ୱ ଜନସଂଖ୍ୟା ଦିବସ ଦିନ ବୃଦ୍ଧି ପାଉଥିବା ଜନସଂଖ୍ୟା ରୋକିବା ପାଇଁ ପ୍ରତି ଲୋକଙ୍କୁ ଜାଗୃତ କରାଯାଏ। ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟା ବିଭିନ୍ନ କାରଣରୁ ସମାଜ ଓ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏବେ ଦେଶର କେତେକ ସ୍ଥାନରେ ବାଲ୍ୟ ବିବାହ କରାଯାଉଛି। ଏହା ବେଆଇନ ବା ଆଇନ ଦୃଷ୍ଟିରେ ଅପରାଧ ଅଟେ। ଏଭଳି କୁପ୍ରଥା କାରଣରୁ କମ ବସୟରେ ମଧ୍ୟ କେତେକ କନ୍ୟାମାନେ ସନ୍ତାନମାନଙ୍କୁ ଜନ୍ମ ଦେଇଥାଆନ୍ତି। ଯାହା ଉଭୟ ମା’ ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ଅଶିକ୍ଷିତ, ଦାରିଦ୍ର୍ୟତା ଓ ପୁତ୍ର ସନ୍ତାନ ପ୍ରାପ୍ତିର ଇଚ୍ଛା ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ ମଧ୍ୟ ଅଟେ। ଅଶିକ୍ଷିତ ହେବା କାରଣରୁ ଲୋକେ ପରିବାର ନିୟୋଜନର ମହତ୍ତ୍ୱ ବିଷୟରେ ବୁଝିପାରନ୍ତି ନାହିଁ। ବେରୋଜଗାରୀ ବୃଦ୍ଧି ପାଇବାର ମୁଖ୍ୟ କାରଣ ମଧ୍ୟ ଜନ ସଂଖ୍ୟା ବୃଦ୍ଧି ଅଟେ। ତେଣୁ ସଠିକ ଶିକ୍ଷାର ସ୍ତର ବୃଦ୍ଧି, ଲୋକଙ୍କୁ ଭୁଲ ଓ ଠିକ ବିଷୟରେ ଜାଗୃତ କରିବାର ଅଭିଯାନର ପ୍ରଚାର ଦ୍ୱାରା ଜନସଂଖ୍ୟା ବୃଦ୍ଧିକୁ ରୋକାଯାଇ ପାରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking