24.1 C
Bhubaneswar
Sunday, April 5, 2026
Homeଦେଶ ବିଦେଶଆଜି ବାଜପେୟୀଙ୍କ ପୁଣ୍ୟତିଥି

ଆଜି ବାଜପେୟୀଙ୍କ ପୁଣ୍ୟତିଥି

ନୂଆଦିଲ୍ଲୀ : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି । ନୂଆଦିଲ୍ଲୀ ସ୍ଥିତ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ସମେତ ବିଜେପିର ବରିଷ୍ଠ ନେତୃବୃନ୍ଦ । ଏହି ଅବସରରେ ବାଜପେୟୀଙ୍କ ସ୍ମୃତିରେ ‘ସଦୈବ ଅଟଳ’ରେ ସାସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ ହୋଇଛି । ୨୦୧୮ ମସିହା ଅଗଷ୍ଟ ୧୬ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବାଜପେୟୀ । ପୂଣ୍ଣ୍ୟତିଥିରେ ସ୍ୱର୍ଗତ ବାଜପେୟୀଙ୍କୁ ସାରା ଦେଶବାସୀ ମନେ ପକାଉଛନ୍ତି । ରାଷ୍ଟ୍ର ପ୍ରତି ତାଙ୍କର ସମର୍ପଣ ଭାବ, ସହକର୍ମୀଙ୍କ ପ୍ରତି ସମ୍ମାନ ଓ ବିରୋଧୀଙ୍କୁ ମଧ୍ୟ ସମ୍ମାନ ଜଣାଇବା ତାଙ୍କୁ ମହାନ କରିଛି । ରାଜନୀତିରେ ତାଙ୍କ ଦିଗଦର୍ଶନ ପାଇଁ ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ତାଙ୍କୁ ରାଜନୀତିର ଭୀଷ୍ମ ପିତାମହ କହୁଥିଲେ । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଏଭଳି ଜଣେ ରାଷ୍ଟ୍ରନେତା ଥିଲେ ଯାହାଙ୍କ କଥା ଓ କବିତାରେ ବିରୋଧୀ ମଧ୍ୟ ତାଳି ମାରୁଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟ ଥିବାରୁ ସେ ଆରଏସଏସର ବିଚାରଧାରାକୁ ଅନୁସରଣ କରୁଥିଲେ ।୧୯୨୪ରେ ମଧ୍ୟପ୍ରଦେଶ ଗ୍ୱାଲିଅରରେ ଜନ୍ମଗ୍ରହଣ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ । ଜଣେ ରାଜନେତା ଭାବେ ସେ ଯେତିକି ପରିଚିତ ହୋଇଥିଲେ ତାଙ୍କର କାଳଜୟୀ କବିତା ପାଇଁ ସେତିକି ଲୋକପ୍ରିୟ ହୋଇଥିଲେ । ତିନି ତିନି ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ବାଜପେୟୀ । ନିଜ କାର୍ୟ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ପୋଖରାନରେ ପରମାଣୁ ବୋମାର ସଫଳ ପରୀକ୍ଷଣ କରିଥିଲେ । ଏହାସହିତ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ସଜାଡିବାକୁ ଦିଲ୍ଲୀରୁ ଲାହୋର ବସ୍‍ ସେବାର ଶୁଭାରମ୍ଭ କରିଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking