33 C
Bhubaneswar
Wednesday, April 8, 2026
Homeଓଡିଶାଚନ୍ଦନେଶ୍ୱର ଚଡକ ପର୍ବର ଆଜି ଷଷ୍ଠ ଅର୍ଘ୍ୟ

ଚନ୍ଦନେଶ୍ୱର ଚଡକ ପର୍ବର ଆଜି ଷଷ୍ଠ ଅର୍ଘ୍ୟ

ପୁରୀ: ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱର ଚଡକ ପର୍ବର ଆଜି ହେଉଛି ଷଷ୍ଠ ଅର୍ଘ୍ୟ । ସକାଳେ ଆଡମ୍ବର ସହକାରେ ବାବା ଚନ୍ଦନେଶ୍ୱର ମହାଦେବଙ୍କ ମନ୍ଦିର ଗର୍ଭଗୃହରେ ପୂଜାର୍ଚ୍ଚନା ହେବ । ସନ୍ଧ୍ୟାରେ ଉପବିତଧାରୀ ଭକ୍ତମାନେ ଷଷ୍ଠ ଅର୍ଘ୍ୟ ପାଣି ପାଇବା ପାଇଁ ମନ୍ଦିର ପରିସରରେ ଅପେକ୍ଷାରେ ରହିଛନ୍ତି । ଆଜି ସୁଦ୍ଧା ଭକ୍ତ ସଂଖ୍ୟା ପ୍ରାୟ ୩୦ ହଜାରରେ ପହଞ୍ଚିଲାଣି । ସୁରକ୍ଷା ଦୃଷ୍ଟିରୁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବିଶେଷକରି ଅର୍ଘ୍ୟଦାନ ସମୟରେ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଅଧିକ ଧସ୍ତାଧସ୍ତି ହୋଇଥାଏ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ଛଡା ଅର୍ଘ୍ୟରେ ସକାଳେ ଶ୍ରୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଓ ମନ୍ଦିର ପରିକ୍ରମା ଶେଷ ପରେ ଏବେ ଶାନ୍ତି ଶୃଙ୍ଖଳା ସହ ଅର୍ଘ୍ୟଦାନ ପ୍ରଦାନ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ । ଅନ୍ୟପଟେ ଆନ୍ତଃରାଜ୍ୟ ଲୁଟେରାଙ୍କ ପାଇଁ ଅଧିକ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସରରେ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ଆଜିଠୁ ଭକ୍ତ ଭକ୍ତଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶା କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking