28.1 C
Bhubaneswar
Monday, February 9, 2026
Homeଓଡିଶାଆଜି ମହାପ୍ରଭୁଙ୍କ ପଦ୍ମବେଶ

ଆଜି ମହାପ୍ରଭୁଙ୍କ ପଦ୍ମବେଶ

ପୁରୀ : ଆଜି ମହାପ୍ରଭୁଙ୍କ  ଦୁର୍ଲଭ ପଦ୍ମବେଶ । କଳାଘୋଡା ସହ  ପଦ୍ମଫୁଲରେ ସଜ୍ଜିତ ହେବେ କାଳିଆ ସାଆନ୍ତ । ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଗିନୀ ମା’ ସୁଭଦ୍ରା ବି ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।  ବିଧି ଅନୁଯାୟୀ,  ମାଘମାସ ଅମାବାସ୍ୟାଠାରୁ ଶ୍ରୀପଞ୍ଚମୀ ଭିତରେ ପଡ଼ୁଥିବା ବୁଧବାର ଅବା ଶନିବାର ଦିନ ବଡ଼ସିଂହାର ବେଶରେ ଏହି ବେଶ ଲାଗି ହୋଇଥାଏ ।  ମାଘମାସ ଅର୍ଥାତ୍ ଶୀତଦିନରେ ବୁଧବାର  ନୀଳ ଘୋଡ଼ ଓ ଶନିବାର କଳାଘୋଡ଼ ଲାଗି ସମୟରେ ଶ୍ରୀଜିଉ ପଦ୍ମବେଶ ହୋଇଥାନ୍ତି । ନୀଳ ଅବା କଳା ଘୋଡ଼ ଲାଗି ସମୟରେ  ପଦ୍ମବେଶ ହେଲେ ଗଭୀର ଜଳରାଶିରେ ପଦ୍ମ ଫୁଟିଲା ଭଳି ଦିଶିବା ସହ ମହାପ୍ରଭୁ ଆହୁରି ସୁନ୍ଦର ଦେଖାଯାଆନ୍ତି। ବଡ଼ସିଂହାର ବେଶରେ କିଛି ଭକ୍ତ ଏହି ବେଶ ଦର୍ଶନ କରିଥାନ୍ତି  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking