24.1 C
Bhubaneswar
Friday, February 6, 2026
Homeଓଡିଶାଆଜି ରଜ ସଂକ୍ରାନ୍ତି

ଆଜି ରଜ ସଂକ୍ରାନ୍ତି

ଭୁବନେଶ୍ୱର: ଆଜି ହେଉଛି ରଜ ସଜବାଜ ଦ୍ଵିତୀୟ ଦିନ ଅର୍ଥାତ ରଜ ସଂକ୍ରାନ୍ତି । ରଜ ଉତ୍ସବ ପାଳନ କରିବା ଲାଗି ଗାଁଠୁ ସହର ଉତ୍ସବମୂଖର। ରଜଦୋଳିଠୁ, ପୋଡପିଠା, ପାନ ଖିଆ ଭିତରେ ରଜର ଆସର ଜମିଛି। ବିଭିନ୍ନ ସ୍ଥାନରେ ବାଜୁଛି ରଜଗୀତ, ଝିଅ ବୋହୂ ଦୋଳି ଖେଳୁଛନ୍ତି । ତା ସହିତ ପୁଚି ଖେଳ, ତାସ୍ ଖେଳ, ଲୁଡୁ ଖେଳ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ବିଭିନ୍ନ ସ୍ଥାନରେ ଅନେକ ପ୍ରକାରର ପାରମ୍ପରିକ ପିଠା, ମିଠା, ପାନ ଏବଂ ଖାଦ୍ୟର ଧାଡି ଧାଡି ଷ୍ଟଲ ଲାଗିଛି । କିଛି କିଛି ପାର୍କରେ ମଧ୍ୟ ଲାଗିଛି ରଜଦୋଳି । ସକାଳୁ ସକାଳୁ ପାର୍କରେ ରଜ ଦୋଳି ଖେଳର ମଜା ନେଉଛନ୍ତି ସୁନ୍ଦରୀମାନେ।

ନାରୀ ମାନଙ୍କୁ ମର୍ଯ୍ୟାଦା ସହ ସମ୍ମାନ ଦେଉଥିବା ଏକ ପର୍ବ ହେଉଛି ରଜ ପର୍ବ । ଏହିଦିନ ଝିଅମାନେ ରଜ ପର୍ବ ପାଇଁ ସଜବାଜ ହୁଅନ୍ତି। ଅନ୍ୟପକ୍ଷରେ ବିଶ୍ୱାସ କରାଯାଏ ଯେ, ରଜ ପର୍ବରେ ଠାକୁରାଣିଙ୍କର ଋତୁସ୍ରାବ ହୋଇଥାଏ । ତେଣୁ ରଜ ୩ ଦିନ ଝିଅମାନେ କାମ କରନ୍ତି ନାହିଁ । ଏହା ରାଜ୍ୟର ଏକ ପାରମ୍ପରିକ ପର୍ବ ହୋଇଥିବା ବେଳେ ଏହାକୁ ଚାରିଦିନ ଧରି ପାଳନ କରାଯାଇଥାଏ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ଭାବେ ପାଳନ ହୁଏ। କାଠ କାଟିବା, ଦାନ୍ତ କାଠି ଭାଙ୍ଗିବା, ପରିବା କାଟିବା ଇତ୍ୟାଦିକୁ ନିଷେଧ କରାଯାଇଛି । ଏତଦ୍‌ବ୍ୟତୀତ ରଜ ପର୍ବରେ ଯୁବକ ମାନେ ଗୁଡ଼ି ଉଡାଇ ଥାଆନ୍ତି । ଏହି ଗୁଡ଼ି ଉଡ଼ା ପ୍ରତିଯୋଗିତା ଖୁବ୍ ଚିତ୍ତାକର୍ଷକ ହୁଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking