21.1 C
Bhubaneswar
Tuesday, February 3, 2026
Homeଓଡିଶାଆଜି ପୌଷପୁର୍ଣ୍ଣିମା: ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଆଜି ପୌଷପୁର୍ଣ୍ଣିମା: ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ପୌଷପୁର୍ଣ୍ଣିମା। ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଦେବାଭିଷେକ ନୀତି । ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇ ରାଜ ରାଜେଶ୍ବର ବେଶରେ ଦର୍ଶନ ଦେବେ ଚତୂର୍ଦ୍ଧାମୂର୍ତ୍ତି। ଗୋଟିଏ ଦିନରେ ମହାପ୍ରଭୁଙ୍କର ୩୯ଟି ନୀତି ରହିଥିବାରୁ ବିଭିନ୍ନ ସେବାୟତ ନିଯୋଗ ସହ ସମନ୍ୱୟ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଶ୍ରୀମନ୍ଦିରରେ ଦ୍ୱାଦଶ ଯାତ୍ରା ମଧ୍ୟରୁ ପୌଷପୁର୍ଣ୍ଣିମା ଅନ୍ୟତମ। ପୌରାଣିକ ତଥ୍ୟ ଆଧାରରେ ଆଜିର ଦିନରେ ଶ୍ରୀରାମଚନ୍ଦ୍ର ଅଯୋଧ୍ୟାର ରାଜା ହୋଇଥିବା ବେଳେ ତାଙ୍କର ଅଭିଷେକ କରାଯାଇଥିଲା ।  ବର୍ଷକୁ ଶ୍ରୀଜିଉଙ୍କର ଅନୁଷ୍ଠିତ ହେଉଥିବା ୫ଟି ସୁନାବେଶ ମଧ୍ୟରୁ ପୌଷପୂର୍ଣ୍ଣିମାର ସୁନା ବେଶ ଅନ୍ୟତମ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking