21.1 C
Bhubaneswar
Monday, December 8, 2025
Homeଓଡିଶାଆଜି ମା’ଙ୍କ ଭସାଣି: ବିଦାୟ ନେବେ ମା'

ଆଜି ମା’ଙ୍କ ଭସାଣି: ବିଦାୟ ନେବେ ମା’

ଭୁବନେଶ୍ୱର: ଆଜି ମା’ଙ୍କ  ଭସାଣି । ମେଲାଣି ନେବେ ଜଗତଜ୍ଜନନୀ ମା’ଦୁର୍ଗା ।   ଭସାଣି ଉପରେ ନଜର ରଖିବ ଡ୍ରୋନ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପରି ବ୍ୟବସ୍ଥା କରିଛି କମିଶନରେଟ ପୋଲିସ ।  ଭସାଣି ରୁଟରେ ନଜର ରଖିବ ମୋଟ ୫ ଶହରୁ ଅଧିକ ସିସିଟିଭି କ୍ୟାମେରା ।  ଏକାଧିକ କଣ୍ଟ୍ରୋଲ ରୁମ ଜରିଆରେ ସିସିଟିଭି ଗୁଡିକରୁ  ମିଳୁଥିବା ଭିଜୁଆଲ ଉପରେ ନଜର ରଖିବ ପୋଲିସ । ବିଶେଷ କରି ଶବ୍ଦ ପ୍ରଦୂଷଣ ବା ୬୦ ଡେସିବଲରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ଶୋଭାଯାତ୍ରା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ ଟିମ ।  ପୋଲିସ ପକ୍ଷରୁ ସାଉଣ୍ଡ ବାବଦରେ କୌଣସି ବ୍ୟତିକ୍ରମ ଦେଖା ଦେଲେ, ଗୋଟିଏ ଥର ପାଇଁ କୁହାଯିବ ।  ନହେଲେ ସମସ୍ତ ସାଉଣ୍ଡ ଯନ୍ତ୍ରାଂଶ  ଜବତ କରିବା ସହିତ  ମାମଲା ରୁଜୁ କରିବ କମିଶନରେଟ ପୋଲିସ ।  ସକାଳ ୮ଟାରେ ନିଜ ନିଜ ଭସାଣି ଶୋଭାଯାତ୍ରା ବାହାର କରିବାକୁ ପୂଜା କମିଟିଗୁଡିକୁ ଅନୁରୋଧ କରାଯାିଚି । ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସହେଯାଗ କରିବାକୁ ଅପିଲ କରିଛି କମିଶନରେଟ ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking