30.1 C
Bhubaneswar
Sunday, June 8, 2025
Homeଦେଶ ବିଦେଶଆଜି ବିଶ୍ୱ ଶ୍ରମିକ ଦିବସ

ଆଜି ବିଶ୍ୱ ଶ୍ରମିକ ଦିବସ

ନୂଆଦିଲ୍ଲୀ: ଆଜି ବିଶ୍ୱ ଶ୍ରମିକ ଦିବସ । ଓୟୁଏଟି ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ଓଡ଼ିଆ ଶ୍ରମିକ ସାଥୀ ମୋବାଇଲ ଆପ୍‌ର ଲୋକାର୍ପଣ କରିବେ । ବିଭିନ୍ନ କଲ୍ୟାଣ ବୋର୍ଡ ଜରିଆରେ ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସହାୟତା ରାଶି ରାଜ୍ୟବ୍ୟାପି ବଣ୍ଟନ କରିବେ । ସେହିପରି ଭୁବନେଶ୍ୱରର ଡୁମୁଡୁମା ଓ କଳ୍ପନା ଛକରେ ନିର୍ମିତ ଶ୍ରମିକ ପ୍ରତୀକ୍ଷା କେନ୍ଦ୍ରର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶ୍ରମିକ ଦିବସ ପୂର୍ବରୁ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୧୦ ଟଙ୍କା ବୃଦ୍ଧି ପାଇଛି । ଏସମ୍ପର୍କୀତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବର୍ଦ୍ଧିତ ମଜୁରୀ ପିଛିଲା ଭାବେ ଏପ୍ରିଲ ୧ରୁ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking