14.1 C
Bhubaneswar
Friday, December 19, 2025
Homeଖେଳଆଜି ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ

ଆଜି ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ୨୩ ଜୁନ୍‌ରେ ‘ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ’ ପାଳନ କରାଯାଏ। କ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକ୍ସ ପାଇଁ ଏହା ଏକ ବିଶେଷ ଦିନ। ଏହି ଦିନ କ୍ରୀଡା ଓ ସ୍ୱାସ୍ଥ୍ୟର ଏକ ଉତ୍ସବ ଯେଉଁଥିରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଅଂଶଗ୍ରହଣ କରନ୍ତି। ଏହି ବିଶେଷ ଦିନରେ ସମଗ୍ର ବିଶ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଅଲିମ୍ପିକ୍ ହେଉଛି ବିଶ୍ୱ ସ୍ଥରୀୟ ଖେଳ ପ୍ରତିଯୋଗିତା । ଯେଉଁଥିରେ ବିଭିନ୍ନ ଦେଶର ଖେଳାଳିମାନେ ଅଂଶଗ୍ରହଣ କରିଥାନ୍ତି । ପ୍ରତିବର୍ଷ ଜୁନ୍ ୨୩ତାରିଖରେ ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ ପାଳନ କରାଯାଏ। ୧୮୯୪ ମସିହା ଜୁନ୍ ୨୩ ତାରିଖରେ ଅନ୍ତର୍ଜାତୀୟ ଅଲିମ୍ପିକ୍‍ କମିଟି ଗଠନ ହୋଇଥିଲା। ଏହାର ସ୍ମୃତି ରକ୍ଷା ପାଇଁ ପ୍ରତି ବର୍ଷ ଜୁନ୍ ୨୩ ତାରିଖକୁ ଅନ୍ତର୍ଜାତୀୟ ଅଲିମ୍ପିକ୍‍ ଦିବସ ରୂପେ ପାଳନ କରାଯାଉଛି। ଏହି ଦିବସ ସୃଷ୍ଟି କରିବାର ମୂଳ ଲକ୍ଷ୍ୟ ହେଲା ବୟସ, ଲିଙ୍ଗ ଓ ଯୋଗ୍ୟତା ନିର୍ବିଶେଷରେ ଖେଳରେ ଭାଗ ନେବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଏବଂ ଦୈନନ୍ଦିନ ଜୀବନରେ ଖେଳ ଓ ସ୍ବାସ୍ଥ୍ୟର ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ତେଣୁ ପ୍ରତିବର୍ଷ ଏହିଦିନ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଖେଳର ଆୟୋଜନ କରାଯାଇ ଛୋଟ ଛୋଟ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥାଏ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking