17.1 C
Bhubaneswar
Saturday, January 17, 2026
Homeଖେଳଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ

କଲମ୍ବୋ : ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଟ୍ବେଣ୍ଟି୨୦ ଶୃଙ୍ଖଳାକୁ ଭାରତ ୩-୦ରେ ପୋଛିନେଇଛି। ଏବେ ଉଭୟ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଖେଳାଯିବ। ଶୁକ୍ରବାର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଭାରତ ଟି୨୦ ବିଶ୍ବ ଚମ୍ପିଆନ୍‌ ହେବା ପରେ ବିଦେଶରୁ ଛୁଟି କାଟି ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହିଲ ଶ୍ରୀଲଙ୍କାରେ ଦଳ ସହ ଯୋଗ ଦେଇଛନ୍ତି। ଭାରତର ପ୍ରଥମ ପସନ୍ଦର ଦିନିକିଆ ଦଳରୁ ଯଶପ୍ରୀତ ବୁମ୍‌ରା, ହାର୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡ଼େଜା ନାହାନ୍ତି। ତଥାପି ଏହି ଶୃଙ୍ଖଳାରେ ଭାରତୀୟ ଦଳ ବେଶ୍‌ ଶକ୍ତିଶାଳୀ ଲାଗୁଛି। ପ୍ରଥମଥର ପାଇଁ ଗମ୍ଭୀର-ରୋହିତ ଯୋଡ଼ି ମ୍ୟାଚ୍‌ ଖେଳିବାକୁ ଯାଉଥିବା ବେଳେ ଏହି ଶୃଙ୍ଖଳା ପୋଛିବାକୁ ମଧ୍ୟ ପ୍ରୟାସ କରିବେ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳର ୪ ଜଣ ପ୍ରମୁଖ ପେସର୍‌ ଆହତ ହୋଇ ବାଦ୍‌ ପଡ଼ିଥିବାରୁ ଘରୋଇ ଦଳ ଚିନ୍ତାରେ ରହିଛି। ଅଦ୍ୟାବଧି ଉଭୟ ଦଳଙ୍କ ଦିନିକିଆ କ୍ରିକେଟ୍‌ ଇତିହାସକୁ ଦେଖିଲେ ଭାରତର ପ୍ରାଧାନ୍ୟ ସ୍ପଷ୍ଟ ଜଣାପଡ଼ୁଛି। ଭାରତ ୯୯ଟି ଜିତିଥିବା ବେଳେ ଶ୍ରୀଲଙ୍କା ୫୭ଟି ଜିତିଛି। ପ୍ରେମଦାସା ଷ୍ଟାଡିୟମ୍‌ର ପିଚ୍‌ ଧିମା ବୋଲରଙ୍କୁ ସୁହାଇବ। ତେଣୁ ଭାରତ ୩ ଜଣ ସ୍ପିନରଙ୍କୁ ଖେଳାଇପାରେ। ରୋହିତ ଶର୍ମା ଓ ଶୁବ୍‌ମାନ ଗିଲ୍‌ ଇନିଂସ ଓପନ୍‌ କରିବେ। ବିରାଟ କୋହଲି ଓ ଶ୍ରେୟାସ ଆୟର ମଧ୍ୟକ୍ରମ​‌େ​‌ର ଖେଳିବେ। ୱିକେଟ ରକ୍ଷକ ଭାବେ କେ.ଏଲ୍‌. ରାହୁଲ ଓ ଋଷଭ ପନ୍ତ୍‌ଙ୍କ ମଧ୍ୟରୁ ଜଣେ ଖେଳିବେ। ପୁଣି ଶିବମ୍ ଦୁବେ ଓ ରିୟାନ୍‌ ପରାଗଙ୍କ ମଧ୍ୟରୁ ଜଣେ ଖେଳିପାରନ୍ତି। ସେପଟେ ଶ୍ରୀଲଙ୍କାର ଦୁଇ ପ୍ରମୁଖ ପେସ୍ ବୋଲର ଦିଲ୍‌ସାନ ମଦୁଶଙ୍କା ଓ ମାଥିଶା ପାଥିରାନା ଆହତ ହୋଇ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ଭାରତ ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଉଭୟ ମଦୁଶଙ୍କା ଓ ପାଥିରାନା ଖେଳିଥିଲେ। ୩ୟ ​‌େ​‌ଟ୍ବଣ୍ଟି୨୦ ମ୍ୟାଚ୍‌ରେ କ୍ୟାଚ୍‌ ଧରିବାକୁ ଡାଇଭ୍‌ ମାରିବାରୁ ପାଥିରାନାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଥିଲା। ଫିଲ୍‌ଡିଂ ଅଭ୍ୟାସ କରିବା ବେ​‌େ​‌ଳ ମଦୁଶଙ୍କାଙ୍କ ହାମ୍‌ଷ୍ଟ୍ରିଙ୍ଗ୍‌ ଟାଣି ହୋଇ ଯାଇଥିଲା। ଉଭୟ ପେସ୍‌ ବୋଲରଙ୍କ ସ୍ଥାନରେ ଅନ୍ୟ ଦୁଇ ପେସ୍‌ ବୋଲର ମହମ୍ମଦ ସିରାଜ୍ ଓ ଏଶାନ୍ ମାଲିଙ୍ଗାଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି। ସିରାଜ୍ ଓ ମାଲିଙ୍ଗା ଅଦ୍ୟାବଧି ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିନାହାନ୍ତି। ଏଦୁହିଁଙ୍କ ସହ ଶ୍ରୀଲଙ୍କା ଦିନିକିଆ ଦଳରେ କୁଶଳ ଜାନିଥ୍, ପ୍ରମୋଦ ମଦୁଶାନ୍ ଓ ଜେଫ୍‌ରି ଭାନ୍ଦର୍‌ସେଙ୍କୁ ଅତିରିକ୍ତି ଖେଳାଳି ଭାବେ ସାମିଲ କରାଯାଇଛି। ତେବେ ଏହା ସତ ଯେ ମଦୁଶଙ୍କା ଓ ପାଥିରାନାଙ୍କ ଅନୁପସ୍ଥିତିରେ ଶ୍ରୀଲଙ୍କାର ବୋଲିଂ ଆକ୍ରମଣ ଦୁର୍ବଳ ହୋଇଯାଇଛି। ଟ୍ବେଣ୍ଟି୨୦ ଶୃଙ୍ଖଳା ପୂର୍ବରୁ ଶ୍ରୀଲଙ୍କାର ଦୁଇ ପ୍ରମୁଖ ପେସ୍ ବୋଲର ଦୁଷ୍ମନ୍ତ ଚମିରା ଓ ନୁୱାନ୍ ତୁଷାରା ବାଦ୍‌ ପଡ଼ିଥିଲେ। ଫଳରେ ଅନଭିଜ୍ଞ ପେସ୍ ଆକ୍ରମଣ ନେଇ ଶକ୍ତିଶାଳୀ ଭାରତୀୟ ବ୍ୟାଟିଂ ଲାଇନ୍ ବିପକ୍ଷରେ ଶ୍ରୀଲଙ୍କା ଦିନିକିଆ ଶୃଙ୍ଖଳା ଖେଳିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking