24.1 C
Bhubaneswar
Sunday, December 7, 2025
Homeଓଡିଶାଆଜି ପୀଠେ ଦଶମୀ ଏବଂ ମଣ୍ଡପରେ ମହାନବମୀ

ଆଜି ପୀଠେ ଦଶମୀ ଏବଂ ମଣ୍ଡପରେ ମହାନବମୀ

ଭୁବନେଶ୍ବର: ଆଜି ପୀଠେ ଦଶମୀ ଏବଂ ମଣ୍ଡପରେ ମହାନବମୀ  । କଟକ, ଭୁବନେଶ୍ବର, ବାଲେଶ୍ବର, ରାଉରକେଲା, ସମ୍ବଲପୁର ସବୁଠି ଦୁର୍ଗାପୂଜା ପାଇଁ ଆଧ୍ୟାତ୍ମିକ ପରିବେଶ । ମାଆଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି । ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ, ଘଣ୍ଟ ଘଣ୍ଟାରେ ସୃଷ୍ଟି ହୋଇଛି  ଭକ୍ତିମୟ ପରିବେଶ । ସ୍ବତନ୍ତ୍ର ରୀତିନୀତି ଅନୁସାରେ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି। ଟ୍ବିନ୍ ସିଟିରେ ମେଢ଼ ଦେଖିବାକୁ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। । ରାଜଧାନୀ ରାତିରେ ଜମୁଛି ପୂଜାର ମାହୋଲ୍ । ଦିନରେ ଯେତିକି ଭିଡ଼ ରାତିରେ ବି ତାଠାରୁ ଅଧିକ ଭିଡ଼।  ସବୁ ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ ଦେଖିବାକୁ ଲାଗୁଛି ଲମ୍ବା ଲାଇନ୍ । ଭିନ୍ନ ଭିନ୍ନ ଥିମରେ ସଜେଇ ହୋଇଛି ମଣ୍ଡପ ,ଯାହାକୁ ଦେଖିବାକୁ ପ୍ରବଳ ଗହଳି ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking