25.9 C
Bhubaneswar
Monday, April 6, 2026
Homeଦେଶ ବିଦେଶତିରୁପତି ଲଡୁରେ ତମ୍ବାଖୁ!

ତିରୁପତି ଲଡୁରେ ତମ୍ବାଖୁ!

ନୂଆଦିଲ୍ଲୀ : ତିରୁପତି ଲଡୁକୁ ନେଇ ବିବାଦ ଜାରି ରହିଥିବାବେଳେ ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ସାଙ୍ଘାତିକ ଅଭିଯୋଗ। ପ୍ରସାଦ ରୂପେ ବଣ୍ଟନ ହେଉଥିବା ଏହି ଲଡ଼ୁରେ ତମ୍ବାଖୁ ମିଶୁଥିବା ନେଇ ଅଭିଯୋଗ ହୋଇଛି। ତେଲେଙ୍ଗାନା ଖମାମ ଜିଲ୍ଲାର ଜଣେ ଭକ୍ତ ଏଭଳି କିଛି ଗୁରୁତର ଅଭିଯୋଗ ଆଣିଛନ୍ତି। ଡି. ପଦ୍ମାବତୀ ନାମକ ଜଣେ ମହିଳା ସେପ୍ଟେମ୍ବର ୧୯ ତାରିଖରେ ତରୁପତି ତିରୁମାଲା ମନ୍ଦିର ପରିଦର୍ଶନରେ ଯାଇଥିଲେ। ଏଠାରେ ପ୍ରସାଦ ରୂପେ ଦିଆଯାଉଥିବା ପବିତ୍ର ଲଡୁକୁ ସେ ନିଜ ପରିବାର ଓ ପଡୋଶୀ ସହ ବାଣ୍ଟିବା ପାଇଁ ଆଣିଥିଲେ। ତେବେ ଘରକୁ ଆଣି ବାଣ୍ଟିବା ପାଇଁ ଲଡ଼ୁ ଖୋଲିବା ପରେ ଏଥିରେ କାଗଜରେ ଗୁଡା ହୋଇଥିବା ତମାଖୁ ଖଣ୍ଡ ଥିବା ଦେଖିବାକୁ ପାଇଥିଲେ। ଏହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ପବିତ୍ର ଲଡ଼ୁ ପ୍ରସ୍ତିତିରେ ଅପମିଶ୍ରିତ ଘିଅ ଓ ପଶୁ ଚର୍ବିର ବ୍ୟବହାରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏହି ଘଟଣା ସାମ୍ନାକୁ ଅସିଛି। ପଦ୍ମାବତୀ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ‘ମୁଁ ଯେତେବେଳେ ପ୍ରସାଦ ଆକାରରେ ଲଡୁ ପାଇଲି , ସେତେବେଳେ ଏଥିରୁ ଏକ ଛୋଟ କାଗଜରେ ଗୁଡ଼ାଯାଇଥିବା ତମାଖୁ ଖଣ୍ଡ ପାଇ ମୁଁ ଭୟଭୀତ ହୋଇ ପଡିଥିଲି। ପ୍ରସାଦ ପବିତ୍ର ହେବା ଉଚିତ। ପ୍ରସାଦରୁ ଏହିପରି ପ୍ରଦୂଷଣ ସାମଗ୍ରୀ ମିଳିବା ହୃଦୟ ବିଦାରକ।’ ସେପଟେ ତିରୁମଲା ତିରୁପତି ଲଡ଼ୁରେ ଅପମିଶ୍ରଣକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ମୁହଁ ଖୋଲିଛି। ନମୁନାକୁ ଫୁଡ଼୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ସଚିବ ନିଧି ଖାଡେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking