26.1 C
Bhubaneswar
Saturday, April 4, 2026
Homeଅପରାଧବିଚ୍‌ ରାସ୍ତାରେ ମହିଳାଙ୍କୁ ମାଡ଼ ମାରି ବନ୍ଧା ହେଲେ ଟିଏମସି ନେତା

ବିଚ୍‌ ରାସ୍ତାରେ ମହିଳାଙ୍କୁ ମାଡ଼ ମାରି ବନ୍ଧା ହେଲେ ଟିଏମସି ନେତା

କୋଲକାତା : ପୁରୁଷ ଓ ମହିଳାଙ୍କୁ ବାଡ଼ିରେ ନିର୍ଘାତ ପିଟିଲେ ଜଣେ ଟିଏମସି ନେତା । ପ୍ରବଳ ମାଡ଼ ଯୋଗୁ ମହିଳାଜଣକ ବେହୋସ ହୋଇଯିବାରୁ ଅଭିଯୁକ୍ତଜଣକ ତାଙ୍କ ଚୁଟିକୁ ଟାଣି ଲାତ ମାରିବାକୁ ପଛାଇଲେ ନାହିଁ। ସମସ୍ତେ ଏହାର ଦେଖଣାହାରୀ ସାଜିଥିଲେ ବି କେହି ପାଟି ଫିଟାଇବାକୁ ସାହସ କଲେନି । ଏପରି ଅମାନବୀୟ କାଣ୍ଡ ପଶ୍ଚିମବଙ୍ଗର ଉତ୍ତର-ଦିନାଜପୁର ଜିଲ୍ଲାର ଚୋପ୍ରା ବ୍ଲକର ଦିଘଲଗାଁରେ ଘଟିଛି। ଗତ ସପ୍ତାହରେ ଘଟିଥିବା ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସିପିଏମ୍‌ ଓ ବିଜେପି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ଏହାପରେ ପୁଲିସ୍‌ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଟିଏମ୍‌ସି ନେତା ତେଜମୁଲ୍‌ ଓରଫ ଜେସିବିଙ୍କୁ ବାନ୍ଧିଛି। ଜେସିବିଙ୍କ ନାଁରେ ପୂର୍ବରୁ ବି ହତ୍ୟା ମାମଲା ସମେତ ବହୁ ସଙ୍ଗୀନ ମାମଲା ରୁଜୁ ହୋଇଥିବା ବେଳେ ସେ ଚୋପ୍ରା ବିଧାୟକ ହମିଦୁଲ୍ଲ ରହମାନଙ୍କ ପାଖ ଲୋକ ବୋଲି ଜଣାଯାଇଛି। ସୂଚନାନୁସାରେ,ଏହା ଉତ୍ତର-ଦିନାଜପୁର ଜିଲ୍ଲାର ଚୋପ୍ରା ଠାରେ ଗତ ସପ୍ତାହରେ ଘଟିଛି। ଭିଡ଼ିଓରେ ସ୍ଥାନୀୟ ଟିଏମ୍‌ସି ନେତା ତେଜମୁଲ୍‌ ଉଭୟଙ୍କୁ ଏକ ବାଡ଼ିରେ ନିର୍ଘାତ ପିଟୁଥିବା ଦେଖିବାକୁ ମିଳିଛି। ଏପରିକି, ମହିଳାଜଣକ ଅଚେତ ହୋଇଯିବା ପରେ ଅଭିଯୁକ୍ତ ତେଜମୁଲ୍‌ ମହିଳାଙ୍କ ଚୁଟିଟାଣି ଲାତ ମାରିଛନ୍ତି। ନିକଟରେ ପ୍ରାୟ ଶହେ ଲୋକ ଠିଆ ହୋଇ ଏହି ଘଟଣା ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରିନଥିଲେ। ବରଂ ଅଭିଯୁକ୍ତକୁ ମାଡ଼ ମାରିବାରେ ସହାୟତା କରିଥିଲେ। ଏହି ଘଟଣାରେ, ମମତା ବାନାର୍ଜୀଙ୍କୁ ସିପିଏମ୍‌ ଓ ବିଜେପି ତୀବ୍ର ସମାଲୋଚନା କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking