24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଇଭିଏମ୍ ପ୍ରସଙ୍ଗରେ କଂଗ୍ରେସକୁ ଟିଏମ୍‌ସିର କଟାକ୍ଷ

ଇଭିଏମ୍ ପ୍ରସଙ୍ଗରେ କଂଗ୍ରେସକୁ ଟିଏମ୍‌ସିର କଟାକ୍ଷ

ନୂଆଦିଲ୍ଲୀ: ମହାରାଷ୍ଟ୍ର ତଥା ହରିଆଣା ବିଧାନସଭା ନିର୍ବାଚନରେ ଇଭିଏମ୍ ହ୍ୟାକ୍ ତଥା ଟାମ୍ପରିଂ ହୋଇଥିବା ନେଇ ବରାବର ଅଭିଯୋଗ କରିଆସୁଥିବା କଂଗ୍ରେସକୁ ଗୋଟିଏ ପରେ ଗୋଟିଏ କରି ସହଯୋଗୀ ଦଳଗୁଡ଼ିକ ସମାଲୋଚନା କରିବାରେ ଲାଗିଛନ୍ତି। ଦିନକ ପୂର୍ବେ ଜମ୍ମୁ କାଶ୍ମୀରରେ କଂଗ୍ରେସର ସହଯୋଗୀ ଦଳ ଥିବା ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି) ନେତା ତଥା ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା କଂଗ୍ରେସକୁ ଇଭିଏମ୍ ପ୍ରସଙ୍ଗରେ ତୀବ୍ର କଟାକ୍ଷ କରିଥିଲେ। ଏହି ଘଟଣାକୁ ୨୪ ଘଣ୍ଟା ବିତିନଥିବା ବେଳେ ଆଜି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ତଥା ସାଂସଦ ଅଭିଷେକ ବାନାର୍ଜୀ ମଧ୍ୟ କଂଗ୍ରେସକୁ କହିଛନ୍ତି ଯେ, ଯାହା ତୁମେ ଅଭିଯୋଗ କରୁଛ, ସେସମ୍ପର୍କରେ ନିଜେ ପ୍ରଥମେ କରିକି ଦେଖାଅ। ଅର୍ଥାତ୍ ଇଭିଏମ୍ ହ୍ୟକ୍ ତଥା ଟାମ୍ପରିଂ କିପରି ହୁଏ କରିକି ଦେଖାଅ, ତା’ ପରେ ଅଭିଯୋଗ କର।

ପ୍ରକାଶ, ଦିନକ ପରେ ଓମାର ଅବଦ୍ଦୁଲ୍ଲା କଂଗ୍ରେସକୁ କହିଥିଲେ ଯେ, ଇଭିଏମ୍‌କୁ ଦୋଷ ଦେବା ବନ୍ଦ କର ଏବଂ ନିର୍ବାଚନରେ ମିଳିଥିବା ପରାଜୟକୁ ଗ୍ରହଣ କର। ଯେତେବେଳେ ତୁମେ ଲୋକସଭାରେ ୧୦୦ରୁ ଅଧିକ ଆସନରେ ବିଜୟୀ ହେଉଛ ସେତେବେଳେ ତୁମେ ଉତ୍ସବ ପାଳନ କରୁଛ, କିନ୍ତୁ ଯେତେବେଳେ ନିର୍ବାଚନରେ ପରାଜିତ ହେଉଛ ସେତେବେଳେ ଇଭିଏମ୍‌କୁ ଦୋଷାରୋପ କରୁଛ। ଏହା ଠିକ୍ ନୁହେଁ। ଯଦି ପରାଜୟ ପାଇଁ ଇଭିଏମ୍‌କୁ ଦୋଷାରୋପ କରାଯିବ ତେବେ ସେତେବେଳେ ନିର୍ବାଚନରେ ବିଜୟ ପାଇଁ ମଧ୍ୟ ଇଭିଏମ୍ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିବ। ସେହିପରି ଆଜି ଅଭିଷେକ ବାନାର୍ଜୀ କହିଛନ୍ତି, “ଯେଉଁ ଲୋକମାନେ ଇଭିଏମ ଉପରେ ପ୍ରଶ୍ନ ଉଠାଉନ୍ତି, ଯଦି ସେମାନଙ୍କ ପାଖରେ କିଛି ଅଛି, ତା’ହେଲେ ସେମାନେ ନିର୍ବାଚନ କମିଶନଙ୍କ ପାଖରେ ଏହାର ଡେମୋ ଦେଖାନ୍ତୁ।

ଯଦି ଇଭିଏମ ଚୟନ ବେଳେ ସବୁ କାମ ଠିକ ଭାବେ ହେଉଛି, ମକ ପୋଲ ବେଳେ ଓ କାଉଣ୍ଟିଂ ବେଳେ ଯଦି ଲୋକମାନେ ଠିକ ଭାବେ କାମ କରୁଛନ୍ତି, ତା’ହେଲେ ମୁଁ ଭାବୁ ନାହିଁ ଯେ ଆସିଥିବା ଅଭିଯୋଗରେ କୌଣସି ସତ୍ୟତା ରହିଛି। ଯଦି କେହି ଭାବୁଛନ୍ତି ଇଭିଏମକୁ ହ୍ୟାକ କରାଯାଇପାରିବ, ତା’ହେଲେ ସେମାନେ ନିର୍ବାଚନ କମିଶନଙ୍କୁ ଭେଟନ୍ତୁ ଓ ଇଭିଏମ କେମିତି ହ୍ୟାକ ହୁଏ, ତାଙ୍କୁ ଦେଖାନ୍ତୁ। କେବଳ ଏମିତି ବୟାନ ଦେଲେ କିଛି ଲାଭ ନାହିଁ।” ବିଜେପି ଇଭିଏମ୍ ହ୍ୟାକ୍ ତଥା ଟାମ୍ପରିଂ ମାଧ୍ୟମରେ ନିର୍ବାଚନରେ ବିଜୟୀ ହେଉଥିବା କଂଗ୍ରେସ ଅଭିଯୋଗ କରିଆସୁଛି। କିନ୍ତୁ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟରେ ଅଂଶୀଦାର ଭାବେ ସାମିଲ ରହିଥିବା ବା ସହଯୋଗୀ ଦଳ ଏହା ବିରୋଧରେ ମତ ରଖିବାରେ ଲାଗିଛନ୍ତି। ସେମାନେ ଏହି ଇଭିଏମ୍ ପ୍ରସଙ୍ଗରେ କଂଗ୍ରେସକୁ ସମର୍ଥନ ଦେବାକୁ ପ୍ରସ୍ତୁତ ନୁହଁନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking