27.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶତିରୁପତି ମନ୍ଦିର ଲଡୁର ବମ୍ପର ସେଲ୍ ! ୪ ଦିନରେ ବିକ୍ରି ହୋଇଛି ୧୪ ଲକ୍ଷରୁ...

ତିରୁପତି ମନ୍ଦିର ଲଡୁର ବମ୍ପର ସେଲ୍ ! ୪ ଦିନରେ ବିକ୍ରି ହୋଇଛି ୧୪ ଲକ୍ଷରୁ ଅଧିକ ଲଡୁ

ହାଇଦ୍ରାବଦ୍‌: ବିବାଦ ପରେ ମଧ୍ୟ ତିରୁପତି ମନ୍ଦିରର ଲଡୁ ପ୍ରସାଦର ବିକ୍ରି ପ୍ରଭାବିତ ହୋଇନାହିଁ । ମନ୍ଦିର ଅଧିକାରୀଙ୍କ କହିବା ଅନୁସାରେ, କେବଳ ଚାରି ଦିନ ମଧ୍ୟରେ ୧୪ ଲକ୍ଷରୁ ଅଧିକ ଲଡୁ ବିକ୍ରି ହୋଇଛି । ଏକ ରିପୋର୍ଟ ମୁତାବକ, ସେପ୍େଟମ୍ବର ୧୯ରେ ୩.୫୯ ଲକ୍ଷ ଲଡୁ ବିକ୍ରି ହୋଇଥିବା ବେଳେ ୨୦ ତାରିଖରେ ୩.୧୭ ଲକ୍ଷ, ୨୧ରେ ୩.୬୭ ଲକ୍ଷ ଏବଂ ସେପ୍େଟମ୍ବର ୨୨ରେ ୩.୬୦ ଲକ୍ଷ ଲଡୁ ବିକ୍ରୟ ହୋଇଛି । ରିପୋର୍ଟରେ କୁହାଯାଇଛି ଯେ ଏହି ସଂଖ୍ୟା ମନ୍ଦିରର ଦୈନିକ ହାରାହାରି ୩.୫୦ ଲକ୍ଷ ଲଡୁ ବିକ୍ରି ସହିତ ମେଳ ଖାଉଛି । ପ୍ରତିଦିନ ମନ୍ଦିରରେ ୩ ଲକ୍ଷରୁ ଅଧିକ ଲଡୁ ତିଆରି କରାଯାଏ ।

ଲଡୁ ତିଆରି ପାଇଁ ବଙ୍ଗଳା ଚଣା, ଗାଈ ଘିଅ, ଚିନି, କାଜୁ ବାଦାମ, କିସମିସ୍ ଏବଂ ବାଦାମ ବ୍ୟବହାର କରାଯାଇଥାଏ । ଏହାର ପ୍ରସ୍ତୁତିରେ ପ୍ରତିଦିନ ପାଖାପାଖି ୧୫,୦୦୦ କିଲୋଗ୍ରାମ ଗାଈ ଘିଅ ବ୍ୟବହାର ହୋଇଥାଏ । ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ତିରୁମାଳା ମନ୍ଦିରର ଲଡ଼ୁ ତିଆରି ପାଇଁ ପଶୁ ଚର୍ବି ବ୍ୟବହାର ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିଥିଲେ । ପୂର୍ବର ଜଗନ ସରକାର ଏଭଳି କରିଥିବା ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରିଥିଲେ । ଏହାପରେ ଘଊଊଈ ଉଇଖୠ ନାମକ ଘରୋଇ ଲ୍ୟାବରେ ଲଡ଼ୁର ମାନ ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସତ ସାବ୍ୟସ୍ତ ହୋଇଥିଲା । ସେପଟେ ଏହି ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ । ଭଗବାନଙ୍କ ନାମରେ ରାଜନୀତି କରାଯାଉଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking