15.1 C
Bhubaneswar
Monday, February 9, 2026
Homeଓଡିଶାଟାଇମ୍ସ ନାଓ ବିଜିନେସ୍ ଏକ୍ସିଲେନ୍ସ ଆୱାର୍ଡ : ସୋଆକୁ ୮ଟି ସମ୍ମାନ ପ୍ରଦାନ

ଟାଇମ୍ସ ନାଓ ବିଜିନେସ୍ ଏକ୍ସିଲେନ୍ସ ଆୱାର୍ଡ : ସୋଆକୁ ୮ଟି ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇଞ୍ଜିନିୟରିଂ, ଆଇନ୍ ଏବଂ ମ୍ୟାନେଜମେଂଟ ଶିକ୍ଷାନୁଷ୍ଠାନକୁ ପୂର୍ବ ଭାରତର ଶ୍ରେଷ୍ଠ ଶିକ୍ଷା କେନ୍ଦ୍ର ଭାବେ ଟାଇମ୍ସ ନାଓ ବିଜିନେସ୍ ଏକ୍ସିଲେନ୍ସ ଆୱାର୍ଡ ପ୍ରଦାନ କରାଯାଇଛି। ଟାଇମ୍ସ ନାଓ ପକ୍ଷରୁ କୋଲକାତା ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଟାଇମ୍ସ ନାଓ ବିଜିନେସ୍ ଏକ୍ସିଲେନ୍ସ ଆୱାର୍ଡ – ଇଷ୍ଟ ୨୦୨୫ ଅବସରରେ ସୋଆର ୩ଟି ଶିକ୍ଷାନୁଷ୍ଠାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର), ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍‌ଏନ୍‌ଆଇଏଲ୍‌) ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)କୁ ପୂର୍ବ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନିତ କରାଯାଇଛି। ସେହିପରି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅଙ୍କୋଲୋଜି, କାର୍ଡିଓଲୋଜି ଆଣ୍ଡ କାର୍ଡିଆକ୍ ସର୍ଜରୀ, ୟୁରୋଲୋଜି, ନ୍ୟୁରୋଲୋଜି ଏବଂ ନେଫ୍ରୋଲୋଜି ବିଭାଗ ଗୁଡ଼ିକୁ ଓଡ଼ିଶାର ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ବିଭାଗ ଭାବେ ସମ୍ମାନ ପ୍ରଦାନ କରାଯାଇଛି।

ବଲିଉଡ୍ ଅଭିନେତ୍ରୀ ନିମ୍ରତ କୌର ଏହି ସମ୍ମାନଗୁଡ଼ିକୁ ପ୍ରଦାନ କରିଥିବା ବେଳେ ଏହି ଅବସରରେ ଟାଇମ୍‌ସ ନେଟୱର୍କ ଡିଜିଟାଲ୍‌ର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତି ପୂଜା ସେଟ୍ଟୀ, ବଲିଉଡ୍ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ପରମବ୍ରତ ଚାଟାର୍ଜୀ, ଚଳଚ୍ଚିତ୍ର ନିର୍ମାତା ଶ୍ରୀମତି ନନ୍ଦିତା ରାୟ, ଶ୍ରୀ ଶିବ ପ୍ରସାଦ ମୁଖାର୍ଜୀ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜ ଚକ୍ରବର୍ତୀ ପ୍ରମୁଖ ଉପସ୍ଥିତ ରହି ସୋଆର ଏହି ଅନୁଷ୍ଠାନଗୁଡ଼ିକୁ ସମ୍ମାନିତ କରିଥିଲେ। ଏହି ଅବସରରେ ଟାଇମ୍ସ ନେଟୱାର୍କର ଆସିଷ୍ଟାଂଟ ଭାଇସ୍ ପ୍ରେସିଡେଂଟ ଶ୍ରୀ ବିମାନ ଦତ ଉପସ୍ଥିତ ଥିଲେ। ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ କର୍ପୋରେଟ ରିଲେସନ୍ସ ଓ ଇଣ୍ଡଷ୍ଟ୍ରୀ ଏନ୍‌ଗେଜମେଂଟ ଶ୍ରୀ ରୀପ୍ତି ରଞ୍ଜନ ଦାଶ ଏବଂ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ର ଅତିଥିମାନଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ସୂଚନା ଯୋଗ୍ୟ ଯେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱର୍କ (ଏନ୍‌ଆଇଆର୍‌ଏଫ୍ ) ର‌୍ୟାଙ୍କିଙ୍ଗ ୨୦୨୪ ରେ ଆଇଟିଇଆର ଦେଶର ଶ୍ରେଷ୍ଠ ୨୬ତମ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଏବଂ ଏସ୍‌ଏନ୍‌ଆଇଏଲ୍ ଦେଶର ଶ୍ରେଷ୍ଠ ୯ମ ଆଇନ୍ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଏବଂ ବିଭିନ୍ନ ଉନ୍ନତିମୂଳକ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ଟାଇମ୍‌ସ ନାଓ ବିଜନେସ୍ ଏକ୍ସିଲେନ୍ସ ଆୱାର୍ଡ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking