21.1 C
Bhubaneswar
Monday, February 2, 2026
Homeଓଡିଶାସମୟପୋଯୋଗୀ ବଜେଟ୍‌: ମନମୋହନ

ସମୟପୋଯୋଗୀ ବଜେଟ୍‌: ମନମୋହନ

ଭୁବନେଶ୍ୱର: ବଜେଟ୍‌କୁ ନେଇ ରାଜ୍ୟ ବଜେପି ସଭାପତିଙ୍କ ପ୍ରତିକ୍ରିୟା। ବଜେଟ୍‌କୁ ଯେତେ ପ୍ରଶଂସା କଲେ କମ ହେବ କହିଲେ ମନମୋହନ ସାମଲସେ ଆହୁରି କହିଛନ୍ତି ଯେ ଯୁବକ, ମହିଳା, କୃଷକ, ଗରିବ ସମସ୍ତଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରତିରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ସବୁକୁ ସରକାର ଗୁରୁତ୍ବ ଦେଇଛନ୍ତି। ବିକଶିତ ଭାରତ ପାଇଁ ସମୟପୋଯୋଗୀ ବଜେଟ୍‌। ଦେଶର ବିକାଶକୁ ଆଗକୁ ବଢାଇବ ଏହି ବଜେଟ୍ । ଏହି ବଜେଟ୍ ସବୁ ବର୍ଗ ପାଇଁ ବଜେଟ୍ । ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ସହର ବିକାଶ ଯୋଜନାରେ ଓଡିଶାକୁ ଲାଭ ମିଳିବ । ସୂଚନାଯୋଗ୍ୟଆଜି ସଂସଦରେ ବଜେଟ ୨୦୨୬ – ୨୭ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ନିର୍ମଳା ସୀତାରମଣ ।

ସବୁବର୍ଗ ପାଇଁ ବଜେଟ୍ ସହାୟକ ହେବ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଐତିହାସିକ ବଜେଟ୍‌, ମୋଦିଙ୍କ ସ୍ୱପ୍ନକୁ ସାକାର କରିବ । ବଜେଟ୍‌ରେ ଯୁବଶକ୍ତିକୁ ଫୋକସ୍ କରାଯାଇଛି । ଶିଳ୍ପ ଓ କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି, ଯାହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ବଜେଟ୍ ରେ ଓଡିଶା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଟର୍ଟଲ ଟ୍ରେଲ୍‌, ଏନଡବ୍ଲୁ – ୫, ବିରଳ ମୃତ୍ତିକା କରିଡର ପାଇଁ କୃତଜ୍ଞତା ଜଣାଇଛନ୍ତି । ଅଜିର ବଜେଟ୍‌ରେ ଓଡିଶାକୁ ପ୍ରାଧାନ୍ୟ ଦିଆଯାଇଛି । ନିଯୁକ୍ତି ସୃଷ୍ଟି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking