17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଉତ୍ତରାଖଣ୍ଡରେ ବାଘ ଆତଙ୍କ; ୩ମୃତ

ଉତ୍ତରାଖଣ୍ଡରେ ବାଘ ଆତଙ୍କ; ୩ମୃତ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ନ୍ୟୁଟିହରି ଅଞ୍ଚଳରେ ବାଘ ଆତଙ୍କ । ଗତ କିଛି ଦିନ ମଧ୍ୟରେ ୩ ଛୁଆଙ୍କୁ ମାରି ସାରିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ । ବାଘଟିକୁ କାବୁ କରିବାକୁ ବନ ବିଭାଗ ପ୍ରୟାସ ଜାରି ରଖିଛି। ଏନେଇ ଆଗାମୀ ୩ ଦିନ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍କୁଲକୁ ବନ୍ଦ କରାଯିବା ସହ ପରୀକ୍ଷାକୁ ବି ବାତିଲ କରି ଦିଆଯାଇଛି। ଏପରିକି ବାଘ ଖୋଜିବାରେ ଡ୍ରୋନ୍ ବି ନିୟୋଜିତ ହୋଇଛି। ସୂଚନା ମୁତାବକ, ଶନିବାର ସନ୍ଧ୍ୟା ସମୟରେ ସାକ୍ଷୀ ନାମ୍ନୀ ୧୩ ବର୍ଷୀୟା ନାବାଳିକା ଘରୁ ଖେଳିବାକୁ ବାହାରିଥିବା ବେଳେ ବାଘଟି ତାଙ୍କୁ ଝାମ୍ପ ନେଇଥିଲା। ଝିଅଟିର ଚିତ୍କାର ଶୁଣି ପାଖପଡ଼ୋଶୀ ବାଘଟିର ପିଛା କରିଥିଲେ ।

ମାତ୍ର ବାଘଟି ଘୋଷାଡ଼ି ଟାଣି ନେଇଥିବା ବେଳେ ଘଟଣାସ୍ଥଳରେ ସାକ୍ଷୀଙ୍କ ମୃତ୍ୟୁ ହୋଇଥିଲା। ଏହାପୂର୍ବରୁ ଉକ୍ତ ବାଘଟି ଜଣେ ୯ ବର୍ଷୀୟା ନାବାଳିକା ଓ ୩ ବର୍ଷର ଶିଶୁକୁ ମାରି ଦେଇଛି।ବନ ବିଭାଗ ଅଧିକାରୀ ଟିମ୍ ଧରି ବାଘକୁ ଖୋଜୁଥିବା ବେଳେ ତା’ର କିନ୍ତୁ ସନ୍ଧାନ ମିଳି ପାରିନି। ତେଣୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଖପାଖ ଅଞ୍ଚଳର ସମସ୍ତ ସ୍କୁଲକୁ ଛୁଟି କରି ଦିଆଯାଇଛି। ଏହି ସମୟରେ ଘରୁ ନ ବାହାରିବାକୁ ଅଞ୍ଚଳବବାସୀଙ୍କୁ ସତର୍କ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking