14.1 C
Bhubaneswar
Saturday, December 6, 2025
Homeଓଡିଶାକରଞ୍ଜିଆ ବନଖଣ୍ଡରେ ବାଘ ଆତଙ୍କ

କରଞ୍ଜିଆ ବନଖଣ୍ଡରେ ବାଘ ଆତଙ୍କ

ମୟୁରଭଞ୍ଜ: କରଞ୍ଜିଆ ବନଖଣ୍ଡରେ ମହାବଳ ବାଘ ଆତଙ୍କ । ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳର କାଳିଆଜିଆଣୀ ଗାଁ ନିକଟ ସଂରକ୍ଷିତ ଜଙ୍ଗଲକୁ ଶିମିଳିପାଳ କୋର ଏରିଆରୁ ଏକ ମହାବଳ ବାଘ ଚାଲି ଆସିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା କେହି ବାଘକୁ ଦେଖିନଥିଲେ ମଧ୍ୟ ବାଘର ପାଦଚିହ୍ନ ଠାବ ପରେ ଠାକୁରମୁଣ୍ଡା ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ବିଶେଷ କରି ହାତୀଗୋଡା ଓ ସାଲେଇବେଡା ପଞ୍ଚାୟତର ଆଖ ପାଖ ଗ୍ରାମ ଗୁଡିକର ଲୋକ ଆତଙ୍କିତ ହୋଇପଡିଛନ୍ତି । ବାଘ ବୁଲୁଥିବା ଅଞ୍ଚଳରେ ଡାକବାଜି ଦ୍ୱାରା ଲୋକଙ୍କୁ ସଚେତନ କରିବାର କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କରଞ୍ଜିଆ ଡିଏଫଓ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking