23.1 C
Bhubaneswar
Tuesday, February 3, 2026
Homeଓଡିଶାବାଘ ଛାଲ ଜବତ: ୩ ଅଟକ

ବାଘ ଛାଲ ଜବତ: ୩ ଅଟକ

ନବରଙ୍ଗପୁର: ନବରଙ୍ଗପୁର ଜିଲା କୋଡ଼ିଙ୍ଗା ରେଞ୍ଜ ନୁନୁପାଣି ଗ୍ରାମ ନିକଟରେ କଲରାପତରିଆ ବାଘ ଛାଲର ଡିଲ ଚାଲିଥିଲା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଛି । କଲରାପତରିଆ ବାଘ ଛାଲ ସହ ତିନି ଜଣଙ୍କୁ ଅଟକ ରଖିଛି ବନ ବିଭାଗ।ସୂଚନା ଅନୁସାରେ, ବାଘ ଛାଲକୁ ପାଞ୍ଚ ଲକ୍ଷ ଟଙ୍କାରେ ଡିଲ କରାଯାଇଥିଲା। ଧରାପଡ଼ିଥିବା ତିନିଜଣଙ୍କ ମଧ୍ୟରୁ ଝରିଗାଁ ବ୍ଳକର ଦୁଇ ଜଣ ବିକ୍ରେତା ହୋଇଥିବା ବେଳେ ଜଣେ କ୍ରେତା ରହିଛନ୍ତି । ସେମାନଙ୍କୁ ଅଟକ ରଖି ବନ ବିଭାଗ ତଦନ୍ତ କରୁଛି । ଅଞ୍ଚଳରେ ଅନେକ ଥର ବାଘ ଛାଲ ଜବତ ଘଟଣା ଦେଖିବାକୁ ମିଳିଛି ତେଣୁ ଏହି ଘଟଣା ପରେ ବନ ବିଭାଗ ଗୁରୁତ୍ବର ସହ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ମୁଖ୍ୟ ଚାଲାଣ କାରୀଙ୍କ ନିକଟରେ ପହଂଚିବାକୁ ତଦନ୍ତ କରୁଛି । ତେବେ ଉକ୍ତ ବାଘ ଛାଲ କେଉଁଠୁ ଆସିଲା ଏବଂ ଏହାର ବୟସ କେତେ କିଛି ସ୍ପଷ୍ଟ କରାଯାଇନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking