28.1 C
Bhubaneswar
Thursday, April 2, 2026
Homeଓଡିଶାଅନୁଗୁଳରେ ମହାବଳ ବାଘ ପଞ୍ଝା ଚିହ୍ନ: ଲୋକେ ଆତଙ୍କିତ

ଅନୁଗୁଳରେ ମହାବଳ ବାଘ ପଞ୍ଝା ଚିହ୍ନ: ଲୋକେ ଆତଙ୍କିତ

ଅନୁଗୁଳ: ଏକ ଦଶନ୍ଧି ପରେ ଅନୁଗୁଳ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ମହାବଳ ବାଘ। ଛେଣ୍ଡିପଦା ନିକଟସ୍ଥ କଙ୍କୁରପାଳ ଗାଁ ନିକଟରେ ଗତକାଲି ଦେଖିବାକୁ ମିଳିଛି ମହାବଳର ପଞ୍ଝା ଚିହ୍ନ।  ମହାବଳଟି ନିକଟସ୍ଥ ନଦୀ ଅତିକ୍ରମ କରି ଅନ୍ୟପଟକୁ ଯାଇଥିବା ପଞ୍ଝା ଚିହ୍ନରୁ ସ୍ପଷ୍ଟ ହୋଇଛି। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।ଏହାପରେ ଛେଣ୍ଡିପଦା ରେଞ୍ଜ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଡାକବାଜି ଯନ୍ତ୍ର ଜରିଆରେ ଲୋକମାନଙ୍କୁ ମହାବଳ ବାଘ ନେଇ ସଚେତନତା ସୃଷ୍ଟି କରାଯାଇଛି। ରାତି ସମୟରେ ଜଙ୍ଗଲ ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏନେଇ ଅନୁଗୁଳ ଆରସିସିଏଫ ଡକ୍ଟର ସଞ୍ଜୟ କୁମାର ସ୍ୱାଇଁ କହିଛନ୍ତି, ଦେବଗଡ଼ ଅଞ୍ଚଳରେ ମାସେ ହେଲା ଘୁରି ବୁଲୁଥିବା ଏକ ମହାବଳ ବାଘ ଦୁଇ ଦିନ ହେବ ଛେଣ୍ଡିପଦା ଅଞ୍ଚଳକୁ ଆସିଥିବା ନେଇ ରାଉରକେଲା ଆରସିସିଏଫ ଗତକାଲି ଅବଗତ କରାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking