26.1 C
Bhubaneswar
Friday, March 6, 2026
Homeଓଡିଶାବାଘ-ମଣିଷ ଲଢ଼େଇରେ ବାଘ ମଲା

ବାଘ-ମଣିଷ ଲଢ଼େଇରେ ବାଘ ମଲା

ନରସିଂହପୁର: ବାଘ-ମଣିଷ ଲଢ଼େଇରେ ବାଘ ମଲା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କଟକ ଜିଲ୍ଲା ନରସିଂହପୁରରେ ନିଜ ଜୀବନ ବଞ୍ଚାଇବାକୁ ଯାଇ କଲରାପତରିଆକୁ ମାରିଛି ମଣିଷ। ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ରାତିରେ ନରସିଂହପୁର ପଶ୍ଚିମ ବନାଞ୍ଚଳ ଅଧିନ ଅନନ୍ତପ୍ରସାଦ ଗାଁର ଏ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଆଉ ଭୟକୁ ସମାଧି ଦେଇ ବାଘକୁ ମାରିଥିବା କରିଥିବା ସମ୍ପୃକ୍ତ ସାହାସୀ ଯୁବକ ଜଣକ ହେଉଛନ୍ତି ଶୁଭ୍ରାଂଶୁ ଭୋଳ। ଅଧରାତିରେ ଏକାକୀ କଲରାପତରିଆ ସହ ଲଢ଼ି, ନିଜ ଜୀବନ ବଞ୍ଚାଇବା ସହିତ ବାଘର ଜୀବନ ନେଇଛନ୍ତି ଶୁଭ୍ରାଂଶୁ। କଲରାପତରିଆ ଆକ୍ରମଣରେ ଲହୁଲୁହାଣ ବି ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ସମୟ ପ୍ରାୟ ରାତି ୧୨ଟା। ଫାର୍ମହାଉସ୍ ଭିତରେ ଥାଆନ୍ତି ଶୁଭ୍ରାଂଶୁ। ଏତିକିବେଳେ ଜଙ୍ଗଲରୁ କଲରାପତରିଆ ଆସି ପ୍ରଥମେ କୁକୁରଙ୍କୁ ଆକ୍ରମଣ କରିଥିଲା। ହଠାତ୍ କୁକୁର ଭୁକିବା ଶୁଣି ବାହାରକୁ ଧାଇଁଆସିଥିଲେ ଶୁଭ୍ରାଂଶୁ। ଆଉ ନିଜେ ପଡ଼ିଯାଇଥିଲେ ବାଘ ଆଖିରେ। ଦେଖୁଦେଖୁ ଶୁଭ୍ରାଂଶୁଙ୍କୁ ଝାମ୍ପ ମାରିଥିଲା କଲରାପତରିଆ। ଭୟରେ ସେ ଯେତିକି ଯେତିକି ପଛକୁ ଯାଉଥିଲେ, ଗର୍ଜନ କରି ସେତିକି ସେତିକି ପିଛା କରୁଥିଲା ବାଘ। ଶେଷରେ ଗୋଟିଏ ଘର ଭିତରେ ଉଭୟଙ୍କ ମଧ୍ୟରେ ହୋଇଥିଲା ଜୋରଦାର ଲଢେଇ।

ବାଘ ଆକ୍ରମଣରେ ଲହୁଲୁହାଣ ଶୁଭ୍ରାଂଶୁ କିନ୍ତୁ ହାର୍ ମାନିବା ମୁଡ୍‌ରେ ନଥିଲେ। ଜୀବନ ବିକଳରେ ଏକ ଛୁରୀରେ କଲରାପତରିଆକୁ ଆକ୍ରମଣ କରି ନିଜକୁ ରକ୍ଷା କରିଥିଲେ। ବାଘଟିର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ବନ ବିଭାଗ ତଦନ୍ତ କରୁଛି। ସାଧାରଣତଃ ବାଘକୁ ଦେଖିଲେ ମଣିଷର ବୁଦ୍ଧି ହଜିଯାଏ। ହେଲେ ଶୁଭ୍ରାଂଶୁଙ୍କ ସାହାସ ହିଁ ତାଙ୍କୁ ନୂଆ ଜୀବନ ଦେଇଛି। ଆଠଗଡ଼ ଏସିଏଫ ମନୋଜ ପାତ୍ର କହିଛନ୍ତି ଯେ ଖବର ପାଇ ଆଠଗଡ଼ ବନ ବିଭାଗ, ଶୁଭ୍ରାଂଶୁଙ୍କ ଫାର୍ମ ହାଉସରେ ପହଞ୍ଚି ଥିଲା। ବାଘର ମୃତ୍ୟୁ ଘଟିଥିବା ବେଳେ ଶବ ବ୍ୟବଚ୍ଛଦ ପାଇଁ ପଠାଯାଇଛି । ଶୁଭ୍ରାଂଶୁଙ୍କ ସମସ୍ତ ମେଡିକାଲ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। କେମିତି ଏବଂ କେଉଁ ପରିସ୍ଥିତିରେ ବାଘଟିର ମୃତ୍ୟୁ ଘଟିଲା ତାହାର ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରାଯିବ। ତଦନ୍ତ ପରେ ସମସ୍ତ ତଥ୍ୟ ଜଣା ପଡ଼ିବ ବୋଲି ଏସିଏଫ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking