31.1 C
Bhubaneswar
Monday, June 2, 2025
Homeଓଡିଶାବୌଦ୍ଧରେ ଆରମ୍ଭ ହେଲା ବାଘ ଗଣନା

ବୌଦ୍ଧରେ ଆରମ୍ଭ ହେଲା ବାଘ ଗଣନା

ବୌଦ୍ଧ: ବୌଦ୍ଧରେ ଆରମ୍ଭ ହେଲା ବାଘ ଗଣନା । ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ବୌଦ୍ଧ ଜିଲ୍ଲା କୁଶଙ୍ଗ ରେଞ୍ଜ ରେ ଆରମ୍ଭ ହୋଇଛି ବାଘ ଗଣନା । କୁଶଙ୍ଗ ବନାଞ୍ଚଳର କୁସଙ୍ଗ, ଶ୍ରୀପାଜୁ, ଶୀତଳପାଣି ୩ ଗୋଟି ଫରେଷ୍ଟ ସେକ୍ସନର ୧୧ଟି ବିଟ୍ ରେ ଯଥା କୁଶଙ୍ଗ, କୁମାରୀ, ଅତଲସରା, ଶୀତଳପାଣି, ସୁନଖଣୀଆ, ମାରଡା, ପଦ୍ମତୋଳା, ନୂଆପଡ଼ା, ଶ୍ରୀପାଜୁ , ହିଞ୍ଜଳ , ନନ୍ଦାଗାଡୁ ଆଦି ରେ ଗଣନା ହେଉଛି। ଗୋଟିଏ ବିଟ ପିଛା ୧୫ଟି ଲେଖାଏଁ PIP ମୋଟ ୧୧ଗୋଟି ବିଟ ରେ ୧୬୫ଟି PIP ରେ ବାଘ ର ପାଦ ଚି଼ହ୍ନ ନମୁନା ସଂଗ୍ରହ ପାଇଁ ନଦୀ କୂଳ , ନାଳ ପଠା, ସମତଳ ସ୍ଥାନରେ ତିଆରି କରାଯାଇଥିଲା।

ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା, ଟ୍ରାନଜାକ ଲାଇନ ପ୍ରାୟ ୨କିଲୋମିଟର, ପ୍ରତି ୪ଶହ ମିଟର ରେ ଗୋଟିଏ ପଏଣ୍ଟ, PIP ନିର୍ମିତ ହୋଇଛି l ବାଘ ଗଣନାରେ ୩୩ ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଗୋଟିଏ ଟିମରେ ତିନି ଜଣ ଲେଖାଏଁ ବନ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଥିବା ଜଣା ପଡିଛି । ବାଘ ଗଣନା ରେ ବାଘ ର ପାଦ ଚିହ୍ନ, ସହିତ ମଳ, ପରିସ୍ରା, ଗଛ ରାମ୍ପୁଡା, ନମୁନା ସଂଗ୍ରହ ହୋଇଛି। ଅନ୍ୟପଟେ ମାଂସାସୀ ପ୍ରାଣୀଙ୍କର ମଧ୍ୟ ଗଣନା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking