19.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଟିକୁ ତଲସାନିୟାଙ୍କୁ ମସ୍ତିଷ୍କାଘାତ, ହସ୍ପିଟାଲରେ ଭର୍ତ୍ତି

ଟିକୁ ତଲସାନିୟାଙ୍କୁ ମସ୍ତିଷ୍କାଘାତ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ଟିକୁ ତଲସାନିୟା ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶନିବାର ୭୦ ବର୍ଷୀୟ ଟିକୁ ମୁମ୍ବାଇରେ ଆୟୋଜିତ ଏକ ଫିଲ୍ମର ସ୍କ୍ରିନିଂ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ସେଠାରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା ବୋଲି ପତ୍ନୀ ଦିପ୍ତୀ ତଲସାନିଆ ଗଣମାଧ୍ୟମକୁ ସୂଚୀତ କରିଛନ୍ତି। ତେବେ ତାଙ୍କୁ ତୁରନ୍ତ ପରିବାର ଲୋକେ ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି। ପ୍ରଥମେ ଟିକୁ ତଲସାନିୟାଙ୍କ ଠାରେ ହୃଦ୍‌ଘାତ ହୋଇଥିବା ନେଇ ସୂଚନା ମିଳିଥିଲା। କିନ୍ତୁ ପତ୍ନୀ ଦିପ୍ତୀ ଏହାକୁ ଖଣ୍ଡନ କରିବା ସହ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା ସମ୍ପର୍କରେ ସ୍ପଷ୍ଟ କରିଥିଲେ।

ଟିକୁ ବଲିଉଡ୍ ଇଣ୍ଡଷ୍ଟ୍ରୀର ଜଣେ ବରିଷ୍ଠ କଳାକାର। ୧୯୫୪ ମସିହାରେ ତାଙ୍କର ଜନ୍ମ। ୧୯୮୪ରେ ଲୋକପ୍ରିୟ କାର୍ଯ୍ୟକ୍ରମ ‘ୟେ ଜୋ ହେ ଜିନ୍ଦଗୀ’ରୁ ସେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ୧୯୮୬ରେ ‘ପ୍ୟାର କେ ଦୋ ପଲ’ ଚଳଚ୍ଚିତ୍ରରୁ ସେ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ। ବଲିଉଡ୍‌ର ଅନ୍ୟତମ ବ୍ୟସ୍ତ ତଥା ପ୍ରଖ୍ୟାତ କମେଡିଆନ୍ ଟିକୁ ତଲସାନିୟା ରାଜା ହିନ୍ଦୁସ୍ତାନୀ, ଅନ୍ଦାଜ ଅପନା ଅପନା, ଧମାଲ ଭଳି ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି। ୨୦୨୪ରେ ରାଜକୁମାର ରାଓ ଏବଂ ତ୍ରିପ୍ତି ଡିମ୍‌ରିଙ୍କ ଅଭିନୀତ ‘ବିକି ବିଦ୍ୟା କା ଓହ ୱାଲା ଭିଡିଓ’ ଫିଲ୍ମରେ ଟିକୁଙ୍କୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା। ଟିକୁଙ୍କ ଦୁଇ ପିଲା ରହିଥିବା ବେଳେ ପୁଅ ରୋହନ୍ ତଲସାନିୟା ଜଣେ ମ୍ୟୁଜିକ୍ କମ୍ପୋଜର ଭାବେ ନିଜ କ୍ୟାରିୟର ଗଢ଼ୁଥିବା ବେଳେ ଝିଅ ଶିଖା ତଲସାନିୟା ଜଣେ ଅଭିନେତ୍ରୀ ଭାବେ ଫିଲ୍ମ ଜଗତରେ ସକ୍ରିୟ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking