15.1 C
Bhubaneswar
Thursday, December 12, 2024
Homeଓଡିଶାଗିରଫ ମହିଳାଙ୍କ ହେବ ଟିଆଇ ପରେଡ: ଡିସିପି

ଗିରଫ ମହିଳାଙ୍କ ହେବ ଟିଆଇ ପରେଡ: ଡିସିପି

କଟକ: ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା ବାରିପଦାରୁ ଗିରଫ ମହିଳାଙ୍କ ହେବ ଟିଆଇ ପରେଡ । ଗିରଫ ମହିଳାଙ୍କ ମୋବାଇଲ ଜବତ କରିଛି ପୋଲିସ । ନାବାଳିକାଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରୁଥିଲା ମହିଳା । ଆବଶ୍ୟକ ହେଲେ ପଶ୍ଚିମବଙ୍ଗ ପୋଲିସ ସହ ଯୋଗାଯୋଗ କରାଯିବ । ବାଂଲାଦେଶ ହାଇକମିଶନର କମିସନରେଟ ପୋଲିସର ଚିଠି । ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ଜଗମୋହନ ମିନା । ସୂଚନା ଯୋଗ୍ୟ ଯେ, କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ବଢିଛି ଗିରଫଦାରୀ ସଂଖ୍ୟା । ଦେହ ବ୍ୟବସାୟରେ ଦଲାଲି କରିବା ଅଭିଯୋଗରେ ଆଉ ଜଣେ ମହିଳାଙ୍କୁ ଗିରଫ କରିଥିଲା ମଧୁପାଟଣା ଥାନା ପୋଲିସ । ଚତୁର୍ଥ ଅଭିଯୁକ୍ତ ଦିଦି ଓରଫ ସୁନୀତା ଦାସ ବୋଲି ଜଣାପଡିଛି । ବାରିପଦାରୁ ସୁନୀତା ଦାସଙ୍କୁ ଗିରଫ କରିଥିଲା କଟକ ମଧୁପାଟଣା ଥାନା ପୋଲିସ । ଏହାକୁ ମିଶାଇ ଏହି ଘଟଣାରେ ମୋଟ ଦୁଇ ଜଣ ମହିଳାଙ୍କ ସଂପୃକ୍ତି ସାମ୍ନାକୁ ଆସିଛି । ମୋଟ ଗିରଫଦାରୀ ସଂଖ୍ୟା ଚାରିରେ ପହଞ୍ଚିଛି । ନାବାଳିକାଙ୍କୁ ବାରିପଦାକୁ ନେଇ ଦେହ ବ୍ୟବସାୟରେ ନିୟୋଜିତ କରାଇ ଥିବା ଅଭିଯୋଗରେ ଏହି ମହିଳାଙ୍କୁ ଗିରଫ କରିଥିଲା ପୋଲିସ । ଏ ନେଇ ଗିରଫ ମହିଳାଙ୍କର ଟିଆଇ ପରେଡ ରେଷ୍ଟ ହେବ ବୋଲି ଡିସିପି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking