ନୂଆପଡା: ନୂଆପଡା ନ୍ୟାସନାଲ୍ କଲେଜରେ ହେବେ ଭୋଟ୍ ଗଣତି । ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଗଣତି ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଇନ୍ନର କର୍ଡନ ଦାୟିତ୍ୱରେ ରହିବେ ସିଏପିଏଫ୍, ପୋଲିସ ମଧ୍ୟ ରହିବେ । ମୋଟ ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତିର ବ୍ୟବସ୍ଥା ରହିଛି । ସକାଳ ୮ଟାରେ ପୋଷ୍ଟାଲ, ସାଢେ ୮ଟାରେ ଇଭିଏମ୍ ଖୋଲିବ । ସୂଚନାଯୋଗ୍ୟ, ଗତକାଲି ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଥିଲା । ମୋଟ ୮୧.୯ ପ୍ରତିଶତ ଭୋଟିଂ ହୋଇଥିବା ରେକର୍ଡ କରାଯାଇଛି ।










