20.1 C
Bhubaneswar
Saturday, December 6, 2025
Homeଓଡିଶାମ୍ୟାଚ୍ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା: ସିପି

ମ୍ୟାଚ୍ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା: ସିପି

କଟକ: ବାରବାଟୀ ମ୍ୟାଚ୍ ପାଇଁ କମିଶନରେଟ୍ ପୋଲିସର ପ୍ରସ୍ତୁତି । ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ ପୋଲିସ କମିଶନର ଏସ୍ ଦେବଦତ୍ତସିଂ । ସେ କହିଛନ୍ତି ଯେ ମ୍ୟାଚ୍ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷାକୁ ନେଇ ସଜାଗ ଅଛି କମିଶନରେଟ୍ ପୋଲିସ । ଏୟାରଲାଇନ୍ସ ସମସ୍ୟା ଭିତରେ ଗତକାଲି ଖେଳାଳି ପହଞ୍ଚିଛନ୍ତି । ସମୟ ନିର୍ଘଣ୍ଟ ହିସାବରେ ଅନ୍ୟ ଖେଳାଳିମାନେ ମଧ୍ୟ ପହଞ୍ଚିବେ । ଶାନ୍ତିଶୃଙ୍ଖଳା ଭିତରେ ଲୋକମାନେ ଟିକେଟ୍ କିଣିଛନ୍ତି । ଟିକେଟ୍ କଳାବଜାରୀ କଥା ସାମ୍ନାକୁ ଆସିନାହିଁ । ସୂଚନାଯୋଗ୍ୟ, ବାରବାଟୀ ମ୍ୟାଚ୍ ପାଇଁ ଶୁକ୍ରବାର ବକ୍ସ ଅଫିସ୍‌ରେ ୧୦ହଜାର କାଉଣ୍ଟର ଟିକଟ ବିକ୍ରି କରାଯିବା ସହ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ଏବଂ ପୋଲିସ ପକ୍ଷରୁ ହୋଇଥିବା ଯୋଜନା ଫଳପ୍ରଦ ହୋଇଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା । ମାତ୍ର ବ୍ୟାରିକେଡରେ ଅପେକ୍ଷାରତ ଦର୍ଶକଙ୍କୁ ନିରାଶ ନକରିବାକୁ ବକ୍ସଅଫିସ୍ ଆଉ ଘଣ୍ଟାଏ ଖୋଲା ରଖାଯାଇଥିଲା । ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଟିକଟ ଶେଷ ହୋଇଥିଲା । ଯେଉଁମାନେ ଅନଲାଇନ୍ ଜରିଆରେ ଟିକଟ ବୁକ୍ କରିଥିଲେ ସେମାନଙ୍କୁ ଆସନ୍ତା ୮ ଏବଂ ୯ ତାରିଖରେ ଟିକଟ୍ ପ୍ରଦାନ କରାଯିବ । ଏଥି ନିମନ୍ତେ କେମ୍ବ୍ରିଜ ସ୍କୁଲରେ ଏକ ସ୍ୱତନ୍ତ୍ର କାଉଣ୍ଟର ଖୋଲିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking