ଭୁବନେଶ୍ୱର : ଉତ୍କର୍ଷ ଓଡିଶା ସମ୍ମିଳନୀ ନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି । କହିଛନ୍ତି , ଉତ୍କର୍ଷ ଓଡିଶାକୁ ବହୁ ବିଶିଷ୍ଟ ଶିଳ୍ପପତି ଆସିବେ , ୩ଟି ବିଷୟକୁ ଗୁରୁତ୍ୱ ଦିଆଯିବ । ଦୁଇ ଦିନରେ ଷ୍ଟାର୍ଟ ଅପ ଓଡିଶା , ସ୍କିଲ୍ଡ ଇନ ଓଡିଶାକୁ ଗୁରୁତ୍ୱ ଦିଆଯିବ । ଫ୍ୱିମେନ ଏଣ୍ଟରପ୍ରିନିୟରସିପକୁ ସୁଭଦ୍ରା ଦ୍ୱାରା ପରିଚାଳନା କରାଯିବ । ସମ୍ମିଳନୀରେ ୧୫୦ ଜଣ ପ୍ରଦର୍ଶକ ସାମିଲ ହେବେ । ଟେକ୍ସାଟାଇଲ , ପେଟ୍ରୋ କେମିକାଲ୍ସ , ରେନିଓବଲ ଏନର୍ଜିକୁ ଗୁରୁତ୍ୱ ଦିଆଯାଇଛି । ଜାନୁଆରୀ ୩୦ ତାରିଖରେ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ।