21.1 C
Bhubaneswar
Monday, December 8, 2025
Homeଦେଶ ବିଦେଶପହଲଗାମ ଆକ୍ରମଣରେ ସମ୍ପୁକ୍ତ ୩ ଆତଙ୍କୀ ମୃତ

ପହଲଗାମ ଆକ୍ରମଣରେ ସମ୍ପୁକ୍ତ ୩ ଆତଙ୍କୀ ମୃତ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ବିତର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଲୋକସଭା ଭବନରେ ବଡ ମନ୍ତବ୍ୟ ରଖିଛନ୍ତି । କହିଛନ୍ତି,  ପହଲଗାମ ଆକ୍ରମଣ ଓ ପରବର୍ତ୍ତୀ କାଯ୍ୟାନୁଷ୍ଠାନ ନେଇ  ମତ ରଖିଲେ । ଅପରେସନ ମହାଦେବରେ ନିହତ  ୩ ଆତଙ୍କବାଦୀଙ୍କ ତଥ୍ୟ ଦେଲେ । ପହଲଗାମ ଆକ୍ରମଣରେ ଯେଉଁ ୩ ଆତଙ୍କୀ ଆକ୍ରମଣ କରିଥିଲେ ସେ ମୃତ ।  ଯେଉଁ ୩ ଆତଙ୍କବାଦୀ ଟୁରିଷ୍ଟଙ୍କୁ ମାରିଥିଲେ, ଆମେ ସେମାନଙ୍କୁ ମାରିଛୁ । ଆତଙ୍କୀ ସୁଲେମାନ, ଆଫଗାନ ଜୀବ୍ରନ ମୃତ ବୋଲି ଗୃହକୁ ଅବଗତ କଲେ । ଆର୍ମି , ସିଆରପିଏଫ, ଜମ୍ମୁ- କାଶ୍ମୀର ପୋଲିସର ମିଳିତ ଅପରେସନରେ ସଫଳତା ମିଳିଛି । ସାଧାରଣ ନାଗରିକଙ୍କୁ ଧର୍ମ ପଚାରି ପରିବାର ସାମ୍ନାରେ ମାରିଥିଲେ । ଯେଉଁମାନେ ଆତଙ୍କବାଦୀଙ୍କୁ ପଟାଇଥିଲେ ସେମାନଙ୍କୁ ଘରେ ପଶି ମାରିଲୁ । ଆଉ ଯେଉଁମାନେ ମାରିବାକୁ ଆସିଥିଲେ ସେମାନଙ୍କୁ ଖୋଜି ଖୋଜି ମାରିଲୁ ।  ପହଲଗାମକୁ ୩ ଆତଙ୍କବାଦୀ କେଉଁ ବାଟ ଦେଇ ଆସିଥିଲେ ଗୃହକୁ ଜଣାଇଲେ ।  ୨ଟି ଏକେ-୪୭ ଓ ଗୋଟିଏ କାର୍ୱାଇନ ବ୍ୟବହାର କରିଥିଲେ । ଯିଏ ଏହି ୩ ଆତଙ୍କୀଙ୍କୁ ଆଶ୍ରୟ ଦେଇଥିଲେ ଏନଆଇଏ ଗିରଫ କରି ସାରିଛି ।  ୩ ଆତଙ୍କୀଙ୍କ ମରଶରୀରକୁ ଶ୍ରୀନଗରରେ ପହଞ୍ଚିବା ପରେ ଚିହ୍ନଟ ହୋଇସାରିଛି ।  ସେମାନେ ବ୍ୟବହାର କରିଥିବା କାଟ୍ରିଜର ଏଫଏସଏଲ ରିପୋର୍ଟ ହସ୍ତଗତ ହୋଇଛି । ଏହାପରେ ଚଣ୍ଡିଗଡରେ ହୋଇଥିବା ଟେଷ୍ଟରୁ ପୂରା ପ୍ରମାଣିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking