35.2 C
Bhubaneswar
Monday, April 13, 2026
Homeଓଡିଶାବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଦଣ୍ଡୁଆ ମୃତ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଦଣ୍ଡୁଆ ମୃତ

ଢେଙ୍କାନାଳ: ଦଣ୍ଡନାଚ ପ୍ରସ୍ତୁତି ବେଳେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଦଣ୍ଡୁଆ ମୃତ । ୫ ଦଣ୍ଡୁଆ ଆହତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ପାଟଲା ଗାଁରେ ୧୧ କେଭି ତାର ଲାଗି ୩ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଛି । ୫ ଜଣ ଆହତ ହୋଇଛନ୍ତି । ଦୁଇ ଗୁରୁତର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଦଣ୍ଡନାଚ ପାଇଁ ଟେଣ୍ଟ ବାନ୍ଧିବା ବେଳେ ଷ୍ଟିଲ ବାର ୧୧ କେଭି ସଂସ୍ପର୍ଶରେ ଆସିବାରୁ ଏହି ଅଘଟଣ ଘଟିଛି । ମୃତକମାନେ ହେଲେ ବିଡୋ ଗାଁର ମିଲନ ମହାଲିକ, ଲକ୍ଷ୍‌ମୀଧର ସାହୁ ଓ ପାଟଲା ଗାଁର ସୁଧାକର ସାହୁ । ପାଟଲା ଗାଁର ପ୍ରଫୁଲ୍ଲ ତରାଇ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking