26.1 C
Bhubaneswar
Friday, April 3, 2026
Homeଦେଶ ବିଦେଶବଜ୍ରପାତରେ ପରିବାର ୩ ମୃତ

ବଜ୍ରପାତରେ ପରିବାର ୩ ମୃତ

ନୂଆଦିଲ୍ଲୀ : ବୁଧବାର ଦିନ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାରେ ଏକ ଦୁଃଖଦ ଘଟଣାରେ, ବଜ୍ରପାତ ଯୋଗୁଁ ଗୋଟିଏ ପରିବାରର ୩ ଜଣ ମହିଳାଙ୍କର ଘଟଣାସ୍ଥଳେ ମୃତ୍ୟୁ ଘଟିଛି। ଜିଲ୍ଲାର ପନକି ଥାନା ଅଞ୍ଚଳର ଜୋଲହାବିଘା ଗାଁରେ ମହିଳାମାନେ କ୍ଷେତରେ ଧାନ ବୁଣୁଥିବାବେଳେ ଏହି ଘଟଣା ଘଟିଛି। ପ୍ରଶାସନ ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାର ପ୍ରତିଶ୍ରୁତି ଦେଇଛି।

ଲେସଲିଗଞ୍ଜ ସବ-ଡିଭିଜନାଲ୍ ପୋଲିସ ଅଧିକାରୀ ମନୋଜ କୁମାର ଝା କହିଛନ୍ତି ଯେ ଘଟଣା ସମୟରେ, ଅପରାହ୍ନରେ ତିନି ଜଣ ମହିଳା ସେମାନଙ୍କ ଘର ପାଖରେ କ୍ଷେତରେ କାମ କରୁଥିଲେ, ହଠାତ୍ ବଜ୍ରପାତ ହୋଇଥିଲା ଏବଂ ସେମାନେ ତାହା ଦ୍ୱାରା ଆଘାତ ପାଇଥିଲେ।ଝାଙ୍କ ଅନୁସାରେ, ଘଟଣାସ୍ଥଳେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ମେଦିନିରାଇ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଛି। କ ପ୍ରଶାସନ ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାର ପ୍ରତିଶ୍ରୁତି ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking