21.1 C
Bhubaneswar
Sunday, February 1, 2026
Homeଦେଶ ବିଦେଶଆୟୁର୍ବେଦର ୩ ନୂତନ ଏମ୍ସ ନିର୍ମାଣ କରାଯିବ

ଆୟୁର୍ବେଦର ୩ ନୂତନ ଏମ୍ସ ନିର୍ମାଣ କରାଯିବ

ନୂଆଦିଲ୍ଲୀ: ସଂସଦରେ ବଜେଟ ୨୦୨୬ – ୨୭ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ନିର୍ମଳା ସୀତାରମଣ । ସେ କହିଛନ୍ତି ଯେ ଆୟୁର୍ବେଦର ୩ ନୂତନ ଏମ୍ସ ନିର୍ମାଣ କରାଯିବ । ଉଚ୍ଚମାନର ଆୟୁର୍ବେଦିକ ଉତ୍ପାଦ ରପ୍ତାନି କରାଯିବ । ଯୁବପିଢିଙ୍କୁ କ୍ୟାରିଅରର ପଥ ପ୍ରଦାନ କରିବା ପାଇଁ ଏକ ଯୋଜନା ଅଣାଯିବ । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏକ ଲକ୍ଷ ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ବୃତ୍ତିଗତ ସୃଷ୍ଟି କରାଯିବ । ୧.୫ ଲକ୍ଷ ଯତ୍ନବାନଙ୍କୁ ତାଲିମ ଦିଆଯିବ । ସାରା ବିଶ୍ୱରେ ଭାରତୀୟ ଯୋଗାର ପ୍ରସାର ପାଇଁ, ଆମେ ଗୁଣାତ୍ମକ ଆୟୁର୍ବେଦିକ ଉତ୍ପାଦର ରପ୍ତାନିକୁ ପ୍ରୋତ୍ସାହିତ କରିବୁ । ଆୟୁର୍ବେଦିକ ଔଷଧ ପରୀକ୍ଷା ପାଇଁ ଜାତୀୟ ପ୍ରୟୋଗଶାଳା ପ୍ରତିଷ୍ଠା କରାଯିବ । ଜାମନଗରରେ ଡବ୍ଲୁଏଚଓ ପାରମ୍ପରିକ ଔଷଧ କେନ୍ଦ୍ର ନିର୍ମାଣ କରାଯିବ ।

ଶସ୍ତା ହେବ ବିଦେଶ ଯାତ୍ରା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking