24.1 C
Bhubaneswar
Wednesday, February 4, 2026
Homeଓଡିଶାସର୍ପାଘାତରେ ୩ ଜଣକ ମୃତ୍ୟୁ

ସର୍ପାଘାତରେ ୩ ଜଣକ ମୃତ୍ୟୁ

ମୟୂରଭଂଜ: ମୟୂରଭଂଜ ଜିଲ୍ଲାର ବାମନଘାଟି ଉପଖଣ୍ଡରେ ସର୍ପାଘାତରେ ୩ ଜଣକ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ଅନ୍ୟମାନେ ହେଲେ ଯୁବକ। ସୂଚନା ଅନୁଯାୟୀ ବାଦାମପାହାଡ଼ ଥାନା ଅନ୍ତର୍ଗତ ଭଗାବନ୍ଧି ଗ୍ରାମର ଜଣେ ଆଦିବାସୀ ଯୁବକ ରାତିରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡ଼ାରେ ମୃତୁବରଣ କରିଥିବା ବେଳେ ସେହି ଥାନାର ଅନ୍ତର୍ଗତ କାଠଖଜୁରୀ ଗ୍ରାମର ବିବାହିତ ମହିଳାଙ୍କ ମୃତ୍ୟୁ ଘଟିଛି। ଠିକ ସେହିପରି ରାଇରଙ୍ଗପୁର ଟାଉନ ଥାନା ତେର ନମ୍ବର ୱାର୍ଡର ୩୩ ବର୍ଷର ଯୁବକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସେହିପରି ଗତ ରାତିରେ ଉକ୍ତ ଥାନା ଭଗାବନ୍ଧି ଗ୍ରାମର ସ୍ବର୍ଗତଃ ଦାମୁ ନାଏକର ପୁତ୍ର ଅମ୍ବୁ ନାଏକ (୪୦) ଖାଇପିଇ ନିଜ ଘରେ ଶୋଇ ଥିବା ବେଳେ ବିଷାକ୍ତ ସାପ କାମୁଡ଼ି ଦେଇଥିଲା ଓ ଡାକ୍ତଖାନା ଆଣିବା ରାସ୍ତାରେ ମୃତ୍ୟୁବରଣ କରିଥିଲା। ସମାନ ଭାବେ କାଠ ଖୋକୁରିଆ ଗ୍ରାମର ସରସ୍ଵତୀ ପ୍ରଧାନ (୩୨) ମଧ୍ୟ ରାତିର ଖାଇ ପିଇ ଶୋଇ ଥିବା ବେଳେ ବିଷାକ୍ତ ସାପ କାମୁଡ଼ି ଦେବାରୁ ଡାକ୍ତଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲା।

ସୂଚନା ଅନୁଯାୟୀ ବାଦାମପାହାଡ ଥାନା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଅନ୍ୟପକ୍ଷରେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୩ର ବିବାହିତ ଯୁବକ ଖାଇପିଇ ଘରେ ଶୋଇ ଥିବା ବେଳେ ଚିତି ସାପ କାମୁଡି ବାରୁ ଗୁରୁତର ଭାବେ ପ୍ରଥମେ ରାଇରଙ୍ଗପୁର ଡାକ୍ତରଖାନା ଓ ପ୍ରାଥମିକ ଚିକିତ୍ସା ପରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜକୁ ସ୍ଥାନାନ୍ତରିତ ହୋଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବେଳେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଗୋଟିଏ ଦିନରେ ୩ଟି ବିଷାକ୍ତ ସାପ କାମୁଡ଼ାରେ ୩ ଜଣଙ୍କ ମୃତୁ ଘଟି ଥିବାରୁ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking