ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁବରଣ ଘଟିଛି । ସମ୍ବଲପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଜଣେ ଲେଖାଏଁ ମୃତ। । ସମ୍ବଲପୁର କୁଚିଣ୍ଡାରେ ଗଛ ତଳେ ଆଶ୍ରୟ ନେବା ବେଳେ ଗଲା ଜୀବନ । ଯାଜପୁର ଧର୍ମଶାଳା ବଳଭଦ୍ରପୁର ଗାଁରେ ବିଲରେ କାମ ବେଳେ ଟଳିଲେ ଚାଷୀ । ଭଦ୍ରକ କୋଡ଼ବରୁଆଁରେ ବଗିଚାକୁ ଯାଉଥିବା ବେଳେ ଯୁବତୀଙ୍କ ମୃତ୍ୟୁ ଘଟିଛି।










