31.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶହ୍ରଦରୁ ମିଳିଲା ମହିଳା କନେଷ୍ଟବଳଙ୍କ ସମେତ ୩ ମୃତଦେହ

ହ୍ରଦରୁ ମିଳିଲା ମହିଳା କନେଷ୍ଟବଳଙ୍କ ସମେତ ୩ ମୃତଦେହ

ହାଇଦ୍ରାବାଦ:ଏକ ହ୍ରଦରୁ ଜଣେ ମହିଳା ପୁଲିସ କନଷ୍ଟେବଳ ଓ ଜଣେ ଷ୍ଟେସନ ହାଉସ୍ ଅଫିସରଙ୍କ ସମେତ ୩ ଜଣଙ୍କ ରହସ୍ୟମୟ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି।ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।ତିନି ଜଣଙ୍କ ମୃତ୍ୟୁ କେମିତି ହେଲା ତାହା ଜଣାପଡ଼ିନାହିଁ। ସୂଚନାଯୋଗ୍ୟ ଯେ ୩ ଜଣ ନିଖୋଜ ହୋଇଥିବା ଖବର ପାଇ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ବୁଧବାର ଅପରାହ୍ନରୁ ତିନି ଜଣ ନିଖୋଜ ଥିବା ବେଳେ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇନଥିବା କୁହାଯାଉଛି। କାମାରେଡ୍ଡୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିନ୍ଧୁ ଶର୍ମା କହିଛନ୍ତି ଯେ ଗତକାଲି ରାତିରେ ସଦାଶିବନଗର ମଣ୍ଡଳର ଏକ ହ୍ରଦରୁ ଜଣେ ମହିଳା କନେଷ୍ଟବଳ ଓ ଜଣେ କମ୍ପ୍ୟୁଟର ଅପରେଟରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଦୁହିଁଙ୍କ ମୃତଦେହ ମିଳିବା ପରେ ଗୁରୁବାର ସକାଳେ ଭିକାନୁର ଥାନା ଅଧିକାରୀଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ତିନି ଜଣଙ୍କ ମୃତ୍ୟୁ ର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ସମ୍ପର୍କରେ ସୂଚନା ମିଳିବ ବୋଲି ଏସପି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking