18.1 C
Bhubaneswar
Monday, December 22, 2025
Homeଦେଶ ବିଦେଶରାଷ୍ଟ୍ରପତିଙ୍କୁ ଭେଟିଲେ ତିନି ସେନା ମୁଖ୍ୟ

ରାଷ୍ଟ୍ରପତିଙ୍କୁ ଭେଟିଲେ ତିନି ସେନା ମୁଖ୍ୟ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ  ଭେଟିଲେ ତିନି ସେନା ମୁଖ୍ୟ । ସିଡିଏସ ଜେନେରାଲ  ଅନୀଲ ଚୌହାନ ତିନି ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ, ଏପି ସିଂ ,ଦିନେଶ କେ ତ୍ରିପାଠୀ ଭେଟିଥିଲେ  ା ଅପରେସନ ସିନ୍ଦୁର ପରେ  ରାଷ୍ଟ୍ରପତିଙ୍କୁ ଭେଟିଲେ ତିନି ସେନା ମୁଖ୍ୟ । ଅପରେସନ ସିନ୍ଦୁର ବାବଦରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଲେ । ରାଷ୍ଟ୍ରପତି ସଶସ୍ତ୍ର ବାହିନୀର ସାହସ ଓ ସମର୍ପଣକୁ ପ୍ରଶଂସା କଲେ । ଯୁଦ୍ଧ ବିରତି ପରେ ଏବେ ପାକିସ୍ତାନକୁ ନେଇ ଆଗକୁ ଭାରତର ରଣନୀତି କଣ ରହିବ  ସେନେଇ ଆଲୋଚନା ହୋଇପାରେ।  ସୂଚନାଯୋଗ୍ୟ,  ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ କେନ୍ଦ୍ର କ୍ୟାବିନେଟ ବୈଠକ। ଏହା ପୂର୍ବରୁ ସକାଳ ୧୧ଟାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକ ବସିବାକୁ ଯାଉଛି । ଅପରେସନ ସିନ୍ଦୂରର ସଫଳତା ପରେ ବସିବାକୁ ଯାଉଥିବା ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା । ଏହି ବୈଠକରେ ଅପରେସନ ସିନ୍ଦୂର ଅଧୀନରେ ଚାଲିଥିବା ସୁରକ୍ଷା ଅଭିଯାନର ସମୀକ୍ଷା କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାର ଅଧିକାରୀମାନେ ମଧ୍ୟ ସାମିଲ ହେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking