27.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶପାଟନା କୋର୍ଟକୁ ଧମକ

ପାଟନା କୋର୍ଟକୁ ଧମକ

ନୂଆଦ୍ଲିଲୀ: ବିହାରର ପାଟନା ସିଭିଲ୍ କୋର୍ଟକୁ ବୋମା ଧମକ ମିଳିଛି। ଇ – ମେଲ୍ ମାଧ୍ୟମରେ କୋର୍ଟକୁ ଧମକପୂର୍ଣ୍ଣ ମେଲ ମିଳିଛି। ଗୋଟିଏ ଦିନରେ ବିହାରର ପାଟନା, କିଶନଗଞ୍ଜ ଏବଂ ଗୟା ସିଭିଲ୍ କୋର୍ଟରେ ଧମକପୂର୍ଣ୍ଣ ମେ ମିଳିଛି। ଗୟା ସିଭିଲ୍ କୋର୍ଟକୁ ଅପରାହ୍ନ ୨:୩୦ରେ ଆରଡିଏକ୍ସ ସହିତ ଉଡ଼ାଇ ଦିଆଯିବ ବୋଲି ଏକ ଇମେଲ୍ ମାଧ୍ୟମରେ କୋର୍ଟକୁ ସତର୍କ କରାଯାଇଥିଲା। ଏହି ଧମକ ପରେ, ପୋଲିସ ସତର୍କ ରହିଛି ଏବଂ ସମଗ୍ର କୋର୍ଟ କମ୍ପ୍ଲେକ୍ସକୁ ଖାଲି କରାଯାଇଛି। କୁକୁର ସ୍କ୍ୱାର୍ଡ ଏବଂ ବୋମା ସ୍କ୍ବାଡ୍ ଘଟଣାସ୍ଥଳରେ ପହଞ୍ଚିଛି। ସମଗ୍ର କୋର୍ଟ କମ୍ପ୍ଲେକ୍ସକୁ ଯାଞ୍ଚ କରାଯାଉଛି। କେରଳ କୋର୍ଟକୁ ମଧ୍ୟ ଇ – ମେଲ୍‌ରେ ଆସିଛି ବୋମା ଧମକ। ଆଜି ଭୋର ୩:୨୨ରେ ଇମେଲ ମାଧ୍ୟମରେ ଏହି ଧମକ ମିଳିଥିଲା। “ଆପଣଙ୍କ କୋର୍ଟ ପରିସରରେ ଆରଡିଏକ୍ସ ଥିବା ତିନୋଟି ଆତ୍ମଘାତୀ ବିସ୍ଫୋରଣକାରୀ ଅଛନ୍ତି। ଅପରାହ୍ନ ୧:୧୫ରେ ବିସ୍ଫୋରଣ ପୂର୍ବରୁ ବିଚାରପତିମାନଙ୍କୁ ଖାଲି କରନ୍ତୁ”, ଇ-ମେଲରେ ଲେଖାଯାଇଥିଲା।

ଆତଙ୍କ ବ୍ୟାପିବାରୁ ବିଦ୍ୟାନଗର କୋର୍ଟରୁ ଲୋକଙ୍କୁ ବାହାର କରାଯାଇଥିଲା। ପୋଲିସ, ବୋମା ଏବଂ କୁକୁର ସ୍କଡ୍ ସହିତ ଖୋଜାଖୋଜି କରୁଛି । ପୂର୍ବରୁ ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକ କୋର୍ଟକୁ ମଧ୍ୟ ଆସିଥିଲା ବୋମା ଧମକ। ଉତ୍ତରପ୍ରଦେଶ ଓ କର୍ଣ୍ଣାଟର ବିଭିନ୍ନ କୋର୍ଟ ଓ ରେଳଷ୍ଟେସନକୁ ବୋମା ଧମକ ମିଳିଛି। ଗୁଜୁରାଟ ହାଇକୋର୍ଟ ଏବଂ ପାଞ୍ଚଟି ସ୍ଥାନୀୟ କୋର୍ଟକୁ ଆରଡିଏକ୍ସ ବୋମା ବିସ୍ଫୋରଣର ଧମକ ମିଳିଥିଲା।  ଆନନ୍ଦ, ରାଜକୋଟ, ଅହମଦାବାଦ ଏବଂ ଭରୁଚରେ ଥିବା ସେସନ୍ସ କୋର୍ଟଗୁଡ଼ିକୁ ସମାନ ଇମେଲ୍ ମିଳିଥିଲା। ଏହା ସହ ଓଡ଼ିଶାର ତିନି କୋର୍ଟକୁ ବୋମା ଧମକ ମିଳିଥିଲା। ବୋମାରେ ଉଡ଼ାଇଦେବାକୁ ସମ୍ବଲପୁର, କଟକ ଓ ଦେବଗଡ଼ ଜିଲ୍ଲା କୋର୍ଟକୁ ଧମକ ମିଳିଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking