31.1 C
Bhubaneswar
Friday, March 27, 2026
Homeଦେଶ ବିଦେଶଆରବିଆଇକୁ ବୋମାରେ ଉଡାଇବାକୁ ଧମକ

ଆରବିଆଇକୁ ବୋମାରେ ଉଡାଇବାକୁ ଧମକ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବୋମା ଧମକ ମିଳିଛି। ଗୁରୁବାର ଅପରାହ୍ନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫିସିଆଲ ୱେବସାଇଟରେ ଏକ ଧମକପୂର୍ଣ୍ଣ ଇ-ମେଲ ଆସିଛି। ଏହି ଇମେଲ ରୁଷୀୟ ଭାଷାରେ ପଠାଯାଇଥିଲା। ଏହି ମାମଲାରେ ମାତା ରମାବାଇ ମାର୍ଗ  ପୋଲିସ ଷ୍ଟେଶନରେ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଥାନାରେ ମାମଲା ରୁଜୁ ପରେ ପୋଲିସ ପକ୍ଷରୁ ଛାନଭିନ କରାଯାଉଛି । ଗତ ମାସରେ ମଧ୍ୟ ଏକ ସମାନ ମାମଲା ସାମ୍ନାକୁ ଆସିଥିଲା ଯେତେବେଳେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକ କେୟାର ନମ୍ବରରେ ଏକ କଲ ଆସିଥିଲା ଏବଂ ସେ ନିଜକୁ ଲଶ୍କର-ଇ-ତାଇବାର ସିଇଓ ବୋଲି ପରିଚୟ ଦେଇଥିଲେ। ସେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କକୁ ବୋମାରେ ଉଡାଇଦେବାକୁ ଧମକ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking