18.1 C
Bhubaneswar
Saturday, December 6, 2025
Homeଓଡିଶାଶ୍ରୀମନ୍ଦିରକୁ ଉଡାଇଦେବାକୁ ଧମକ

ଶ୍ରୀମନ୍ଦିରକୁ ଉଡାଇଦେବାକୁ ଧମକ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ସହ ପରିହାସ । ପରିକ୍ରମା ପ୍ରକଳ୍ପରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ। ଖୋଲାଖୋଲି ସୁରକ୍ଷା କର୍ମୀଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି ଦୁବୃର୍ତ୍ତ। ମଦ ନିଶାରେ ହେଉ ଅବା ଜାଣତରେ ହେଉ ପୁରୀ ପୁଲିସକୁ ଦିଆଯାଇଛି ଚ୍ୟାଲେଞ୍ଜ । ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବଢ଼ୀ ମାଆ ମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା । ଏଥିରେ ଲେଖାଯାଇଛି ମନ୍ଦିର ଭାଙ୍ଗିବ ଆତଙ୍କବାଦୀ। ଏହା ସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଫୋନ୍ କର, ନକଲେ ମହାତାଣ୍ଡବ ବୋଲି ଲେଖାଯାଇଛି । ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ ମଧ୍ୟ ଲେଖାଯାଇଛି । ଦୁଇଟି ସ୍ଥାନରେ ଏପରି ଧମକପୂର୍ଣ୍ଣ ଲେଖା ଦେଖିବାକୁ ମିଳିଛି । ତେବେ କିଏ ଓ କାହିଁକି କରିଛି ତାହା ଜଣାପଡ଼ିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking