22.1 C
Bhubaneswar
Monday, March 23, 2026
Homeଦେଶ ବିଦେଶବାଂଲାଦେଶ ଅଶାନ୍ତ ରାଷ୍ଟ୍ରପତିଙ୍କ ବହିଷ୍କାର ଦାବିରେ ହଜାର ହଜାର ଛାତ୍ର

ବାଂଲାଦେଶ ଅଶାନ୍ତ ରାଷ୍ଟ୍ରପତିଙ୍କ ବହିଷ୍କାର ଦାବିରେ ହଜାର ହଜାର ଛାତ୍ର

ବାଂଲାଦେଶ: ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ତେଜିଛି ବିବାଦ।ପୁଣି ଅଶାନ୍ତ ହୋଇପଡିଛି ବାଂଲାଦେଶ। ରାଷ୍ଟ୍ରପତିଙ୍କ ବହିଷ୍କାର ଦାବି କରିବା ସହ ଢାକାରେ ବିକ୍ଷୋଭ କରିଛନ୍ତି ହଜାର ହଜାର ବିକ୍ଷୋଭକାରୀ। ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି। ଆନ୍ଦୋଳନକାରୀ ବଙ୍ଗଭବନ ପରିସରରେ ମଧ୍ୟ ଧସେଇ ପଶିଥିଲେ।ଯାହାକୁ ନେଇ ପୁଣିଥରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଦୈନିକ ଖବରକାଗଜ ମାନବ ଜମିନକୁ ଶେଖ୍‌ ହାସିନାଙ୍କ ଉପରେ ଏକ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ରାଜନୈତିକ ସଙ୍କଟ ପରେ ବାଂଲାଦେଶ ଛାଡିଥିଲେ ଶେଖ ହସିନା। ମାତ୍ର ଦେଶ ଛାଡ଼ିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ତାଙ୍କ ପାଖରେ କୌଣସି ଦସ୍ତାବିଜ୍‌ ପ୍ରମାଣ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking