25.9 C
Bhubaneswar
Tuesday, April 7, 2026
Homeଦେଶ ବିଦେଶସୀମାରେ ଭିଡ ଜମାଇଛନ୍ତି ହଜାର ହଜାର ବାଂଲାଦେଶୀ

ସୀମାରେ ଭିଡ ଜମାଇଛନ୍ତି ହଜାର ହଜାର ବାଂଲାଦେଶୀ

ନୂଆଦିଲ୍ଲୀ: ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ସତ୍ତ୍ୱେ ହିଂସାକାଣ୍ଡଜନିତ ପରିସ୍ଥିତିରେ ସୁଧାର ଆସିନାହିଁ। ବିକ୍ଷୋଭକାରୀମାନେ ସଂଖ୍ୟାଲଘୁ ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ଉପରେ ଅତ୍ୟାଚାର ଜାରି ରଖିଛନ୍ତି। ଘରଦ୍ୱାର ଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ସବୁକିଛି ଜାଳିପୋଡି ଦିଆଯାଉଛି। ଏଭଳି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଏବଂ ନିଜ ପରିବାର ଲୋକଙ୍କ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ହଜାର ହଜାର ସଂଖ୍ୟକ ବାଂଲାଦେଶୀ ହିନ୍ଦୁ ପରିବାର ଏବେ ଭାରତ ମୁହାଁ ସାଜିଛନ୍ତି।

ଏମାନେ ଭାରତରେ ଶରଣ ନେବା ଲକ୍ଷ୍ୟରେ ଭାରତ-ବାଂଲାଦେଶ ସୀମାରେ ଆସି ପହଞ୍ଚିଛନ୍ତି। କିନ୍ତୁ ଏମାନଙ୍କ ଭାରତ ପ୍ରବେଶ ପାଇଁ ମୁଖ୍ୟ ବାଧକ ସାଜିଛନ୍ତି ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ୍‌) ଯବାନ। ଏମାନଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ଭାରତରେ ପ୍ରବେଶ କରାଇନଦେବା ପାଇଁ ସତର୍କ ସଜାଗ ରହିଥିବା ବିଏସ୍‌ଏଫ୍ ଯବାନ୍ ଏମାନଙ୍କୁ ସୀମାରେଖାରେ ହିଁ ଅଟକାଇ ରଖିଛନ୍ତି। ତେବେ ଏହି ସମୟରେ ଜଳାଶୟ ଭିତରେ ରହି ଭାରତକୁ ପ୍ରବେଶ ଅନୁମତି ଦେବା ଲାଗି ଯବାନଙ୍କୁ ଆକୁଳ ନିବେଦନ କରୁଥିବା ବାଂଲାଦେଶୀଙ୍କ କରୁଣ ଚିତ୍କାର ସମ୍ପର୍କୀତ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକି ଅତ୍ୟନ୍ତ ହୃଦୟ ବିଦାରକ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ହଜାର ହଜାର ସଂଖ୍ୟକ ବାଂଲାଦେଶୀ ନିଜ ପିଲା ପରିବାରଙ୍କ ସହ ପାଣିମଧ୍ୟରେ ଛିଡା ହୋଇ ‘ଜୟ ଶ୍ରୀରାମ୍‌’ ନାରା ଦେବା ସହ ବିଏସ୍‌ଏଫ୍ ଯବାନ୍‌ଙ୍କୁ ଆକୁଳ ଗୁହାରୀ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓଟି ପଶ୍ଚିମବଙ୍ଗ ସୀମାନ୍ତ କୁଚବିହାର ଅନ୍ତର୍ଗତ ସିତାଲକୁଚୀ ଅଞ୍ଚଳର ବୋଲି ଜଣାପଡିଛି। ସେହିପରି କାଶିୟାର ବରୁରୀ ଅଞ୍ଚଳର ପଠାନଟୁଲୀ ଗାଁ ସୀମାରେ ବି ବହୁସଂଖ୍ୟକ ବାଂଳାଦେଶ ହିନ୍ଦୁ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି।

ସେମାନେ ବି ଜୟ ଶ୍ରୀରାମ, ଭାରତ ମାତା କୀ ଜୟ ନାରା ଦେଉଛନ୍ତି। ତେବେ ବିଏସ୍‌ଏଫ୍ ଯବାନ ଏମାନଙ୍କୁ ସୀମା ଭିତରକୁ ନ ଆସିବାକୁ ବାରମ୍ବାର ଚେତାବନୀ ଦେଉଥିଲେ ମଧ୍ୟ ଏପରିକି ନିବେଦନ କରୁଥିଲେ ମଧ୍ୟ ଏମାନେ ବାଂଲାଦେଶରେ ଥିବା ନିଜ ଘରକୁ ଫେରିବାକୁ ରାଜିହେଉନଥିବା ଜଣେ ବରିଷ୍ଠ ବିଏସ୍‌ଏଫ୍ ଅଧିକାରୀ ସୂଚନା ଦେଇ କହିଛନ୍ତି। ସୂଚନାଯୋଗ୍ୟରେ ବାଂଲାଦେଶରେ ସୃଷ୍ଟି ହୋଇଥିବା ହିଂସା ଘଟଣା ଭାରତ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking