27.1 C
Bhubaneswar
Friday, October 18, 2024
Homeଖେଳଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଥୋମାସ୍ ମୁଲର୍‌ଙ୍କ ସନ୍ନ୍ୟାସ

ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଥୋମାସ୍ ମୁଲର୍‌ଙ୍କ ସନ୍ନ୍ୟାସ

ମ୍ୟୁନିକ୍‌: ଜର୍ମାନୀର ମହାନ୍ ଫୁଟ୍‌ବଲର୍ ଥୋମାସ୍ ମୁଲର୍ ସୋମବାର ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଫଳରେ ତାଙ୍କ ୧୪ ବର୍ଷର କ୍ୟାରିୟର୍‌ରେ ଅନ୍ତ ଘଟିଛି । ମୁଲର୍ ୨୦୧୪ ବିଶ୍ୱକପ୍ ବିଜେତା ଜର୍ମାନୀ ଟିମ୍‌ର ସଦସ୍ୟ ଥିଲେ । ୩୪ ବର୍ଷୀୟ ଏହି ଖେଳାଳି ଜର୍ମାନୀ ପକ୍ଷରୁ ୧୩୧ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରି ୪୫ ଗୋଲ୍ ନିଜ ନାମରେ କରିଛନ୍ତି । ଏକ ୟୁଟ୍ୟୁବ୍ ଚ୍ୟାନେଲ୍‌କୁ ମୁଲର୍ କହିଛନ୍ତି ‘ନିଜ ଦେଶ ପକ୍ଷରୁ ଖେଳି ମୁଁ ସର୍ବଦା ଗର୍ବ ଅନୁଭବ କରିଛି । ଆମେ ମିଶି ବିଜୟ ଉତ୍ସବ ପାଳିଛୁ ଏବଂ ବେଳେ ବେଳେ ଏକାଠି କାନ୍ଦିଛୁ ମଧ୍ୟ ।’ ମୁଲର୍ ଆହୁରି କହିଛନ୍ତି, ଏତେ ବର୍ଷ ଧରି ମୋର ସମର୍ଥନ କରିଆସିଥିବାରୁ ସମସ୍ତ ପଶଂସକ ଏବଂ ଜର୍ମାନୀ ଟିମ୍ ସାଥୀ ଖେଳାଳିଙ୍କ ନିକଟରେ କୃତଜ୍ଞ ।
ମୁଲର୍ ଜର୍ମାନୀ ପକ୍ଷରୁ ନିଜର ଶେଷ ମ୍ୟାଚ୍ ୟୁରୋ କପ୍ ୨୦୨୪ ବିଜେତା ସ୍ପେନ୍ ବିପକ୍ଷ କ୍ୱାର୍ଟର୍ ଫାଇନାଲ୍ ରୂପେ ଖେଳିଥିଲେ । ୨୦୧୦ରେ ଆର୍ଜେଣ୍ଟିନା ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ମୁଲର୍ ଚାରିଟି ବିଶ୍ୱକପ୍ ଏବଂ ସମାନ ସଂଖ୍ୟକ ୟୁରୋପିଆନ୍ ଚାମ୍ପିଅନ୍‌ଶିପ୍‌ରେ ଜର୍ମାନୀର ପ୍ରତିନିଧିତ୍ୱ କରିଛନ୍ତି । ଅନ୍ତର୍ଜାତୀୟ ଫୁଟ୍‌ବଲରୁ ସନ୍ନ୍ୟାସ ଘୋଷଣା କରିଥିଲେ ମଧ୍ୟ ସେ କ୍ଲବ୍ ଫୁଟ୍‌ବଲ୍ ଖେଳିବା ଜାରି ରଖିବେ । ଆସନ୍ତା ସିଜନ୍‌ରେ ସେ ବାୟର୍ନ ମ୍ୟୁନିକ୍ ଟିମ୍ ଯୋଗ ଦେବାର ସମ୍ଭାବନା ରହିଛି । ବାୟର୍ନ ମ୍ୟୁନିକ୍ ଜର୍ମାନ୍ ଲିଗ୍ ଟାଇଟଲ୍ ସହିତ ୟୁଇଏଫ୍‌ଏ ଚାମ୍ପିଅନ୍ସ ଲିଗ୍ ଟାଇଟଲ୍ ଜିତିବା ଉଦ୍ୟମ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking